କନ୍ଧମାଳ: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଫିରିଙ୍ଗିଆ ପୁଲିସ ରବିବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଫିରିଙ୍ଗିଆ ବଜାର ନିକଟରେ ଥିବା ନୋଡାଲ ସ୍କୁଲ ଛକରେ ଜଗି ବସିଥିଲା। ସେହି ସମୟରେ ଏକ ଧଳା ରଙ୍ଗର କାର(ଜେଏଚ୍ ୦୯ ଏଲ୍ ୮୪୧୯) ୩୬କିଲୋ ୨୦୦ ଗ୍ରାମ ଗଞ୍ଜେଇ ନେଇ ଯାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ପୁଲିସ ବିହାରର ରୋହିତାସ ଅଞ୍ଚଳର ସାସରାମ ଗ୍ରାମର ସୁରଜ ଶର୍ମାଙ୍କ ପୁଅ ରୋହିତ କୁମାର(୨୧), ବୌଦ୍ଧ ଜିଲ୍ଲା ରାମଗଡ଼ା ଅଞ୍ଚଳର ପ୍ରଗଳାପୁର କେଦାର ଖମାରୀଙ୍କ ପୁଅ ରଞ୍ଜିତ ଖମାରୀ(୩୫) ଓ ନବୀନ ମହାକୁଡ଼ଙ୍କ ପୁଅ ଗୋବିନ୍ଦ ମହାକୁଡ଼(୨୦)କୁ ଗିରଫ କରିଛି।
ପୁଲିସ ଭାରତୀୟ ଦଣ୍ଡ ସଂହିତା ଧାରା ୨୦(ବି) (ଆଇଆଇ) (ସି)ରେ ଏକ ମାମାଲା ୧୧/୧୮ ରୁଜୁ କରିଛି। ଗୋଚ୍ଛାପଡ଼ା ଅଞ୍ଚଳୁ ଗଞ୍ଜେଇ ଚାଲାଣ ହୋଇ ଫିରିଙ୍ଗିଆ ଆଡ଼କୁ ଯାଉଥିଲା ବୋଲି ପୁଲିସ କହିଛି।