ଗ˚ଜେଇ ଗଛ କଟା ଅଭିଯାନର ଦ୍ବିତୀୟ ଦିନ

୧୨୯ ଏକର ଜମିରୁ ୧୨ କୋଟି ଟଙ୍କାର ସଫା

ଫୁଲବାଣୀ: କନ୍ଧମାଳରେ ଗ˚ଜେଇ କଟା ଅଭିଯାନ ଗତ ୧୩ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪ କୋଟି ଟଙ୍କା ମୂଲ୍ୟର ଗ˚ଜେଇ ଗଛ କଟାଯାଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ୧୨କୋଟି ଟଙ୍କା ମୂଲ୍ୟ ଗ˚ଜେଇ ସଫା କରି ଦିଆଯାଇଛି। କଡା ସୁରକ୍ଷା ବଳୟରେ ଗ˚ଜେଇ ଚାଷ ଅଞ୍ଚଳ ଫିରିଙ୍ଗିଆ ଜଜେଶପଙ୍ଗା, ପଡିପାଙ୍ଗା ଓ ପିଅନପଡା ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ୧୨୯ ଏକର ଜମିରୁ ଗ˚ଜେଇ ଗଛ କଟାଯାଇ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ୧୨ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଇଛି।
ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟଟ ଗ˚ଜେଇ ଗଛ କଟା ଅଭିଯାନ ଚାଲିଥିଲା। ଏଥିରେ ୧୦୦ ଜଣ ଅଧିକାରୀ ଓ କର୍ମଚାରୀ, ୩୦ ଜଣ ଶ୍ରମିକ,୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫୁଲବାଣୀ ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଅବକାରୀ ଅଧିକ୍ଷକ ବିମ୍ବାଧର ସେଠୀ ଏବ˚ ଫିରିଙ୍ଗିଆ ଥାନାଧିକାରୀ ଧୀରେନ କୁମାର ବେହେରା ପ୍ରମୁଖ ଚଢାଉର ନେତୃତ୍ବରେ ନେଇଥିଲେ।

ସମ୍ବନ୍ଧିତ ଖବର