ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଇଲାକାର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ କରିବା ମାମଲାରେ ପୁଲିସ ଅଜିତ୍ ଶୋଭାନାୟକ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବତୀଜଣକ ଅଜିତଙ୍କ ସହ ରାଜ୍ୟ ବାହାରେ ଏକ ବେସରକାରୀ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିଲେ। ସେଠାରେ ଉଭୟଙ୍କ ମଧୢରେ ପ୍ରେମ ସ˚ପର୍କ ଗଢି ଉଠିଥିଲା। ବିବାହର ପ୍ରଲୋଭନ ଦେଖାଇ ଅଜିତ ତାଙ୍କ ସହ ଶାରୀରିକ ସ˚ପର୍କ ରଖିଥିଲେ। ହେଲେ କିଛି ଦିନ ତଳେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ୍ ହେବା ପରେ ସ˚ପର୍କ କାଟିବାକୁ ସେ ଅଜିତଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ଅଜିତ ଏଥିରେ ଅରାଜି ହେବା ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ଭାଇରାଲ୍ କରି ଦେଇଥିଲେ। ଏନେଇ ଯୁବତୀଜଣକ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନମ୍ବର ୩୯ ଅନୁସାରେ ମାମଲା ରୁଜୁ କରି ଅଜିତଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଦାରିଙ୍ଗବାଡ଼ି ଥାନା ଅଧିକାରୀ ଅଲେଖ ଗର୍ଡିଆର୍ ଘଟଣାର ତଦନ୍ତ କରୁଛନ୍ତି। ଉଭୟଙ୍କ ଡାକ୍ତରୀ ମାଇନା ହୋଇଛି।