କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଧୀନ କୁଡୁତୁଲି ଅଞ୍ଚଳରୁ ଦେଶୀ ପିସ୍ତଲ ସହ ନମ୍ବରବିହୀନ କାର୍ ଜବତ, ଯୁବକ ଗିରଫ

କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଧୀନ କୁଡୁତୁଲି ଅଞ୍ଚଳରୁ ପୁଲିସ ଏକ ନମ୍ବରବିହୀନ କାର୍ ସହ ଦେଶୀ ପିସ୍ତଲ ଓ ୪ଟି ଗୁଳି ଜବତ କରିଛି। କାର୍‌ରେ ବିଭିନ୍ନ ସମୟରେ ଗଞ୍ଜେଇ ଚାଲାଣ କରାଯାଉଥିବା ପୁଲିସ ଅନୁମାନ କରିଛି। ଏହି ମାମଲାରେ ପୁଲିସ କୁଡୁତୁଲି ପଞ୍ଚାୟତ ଅଧୀନ ମୁଣ୍ଡାରିଗାଁର ସଚିନ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। କେସ୍ ନମ୍ବର ୧୦/୨୦ରେ ପୁଲିସ ମାମଲା ରୁଜୁ ସହ ତଦନ୍ତ ଜାରି କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ପ୍ରକାରେ ଓଆଇସି ପ୍ରକାଶ ଚନ୍ଦ୍ର ପ୍ରଧାନ ଗତକାଲି ରାତିରେ ସଦଳବଳ ପଇଁତରା ମାରୁଥିବା ବେଳେ ଏହି ନମ୍ବରବିହୀନ ଟୟୋଟା କାର୍‌କୁ ସହେନ୍ଦରେ ଅଟକାଇ ଯାଞ୍ଚ କରିଥିଲେ। ପୁଲିସ କାର୍ ଭିତରୁ ୫ଟି ନମ୍ବର ପ୍ଲେଟ୍ ପାଇଥିବା ‌ବେଳେ ସଚିନ ପାଖରୁ ଏକ ଦେଶୀ ପିସ୍ତଲ ଓ ୪ଟି ଗୁଳି ଜବତ କରିଥିଲା। କାର୍‌ରେ ଥିବା ବିଭିନ୍ନ ନମ୍ବର ପ୍ଲେଟ୍ ଲଗାଇ ଅଭିଯୁକ୍ତ ଗଞ୍ଜେଇ ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କ.ନୂଆଗାଁ ବ୍ଲକ୍‌ ଅଧୀନ କୁଡୁତୁଲି ଓ ସାଇନିପଡା ପଞ୍ଚାୟତ ଗଞ୍ଜେଇ ଚାଲାଣକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ବହୁ ସମୟରେ ଅପରାଧ ଘଟୁଥିବାର ନଜିର୍ ରହିଛି।

ସମ୍ବନ୍ଧିତ ଖବର