ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏକ ଆଦିବାସୀ ମହିଳା ହାସିନା ପ୍ରଧାନଙ୍କୁ ହତ୍ୟା ପରେ ପୋଡି ମାରିଥିବା ଏକ ଜଘନ୍ୟ ଅପରାଧର ଅଭିଯୁକ୍ତ ଅମୃତଲାଲ ନାୟକ ଓରଫ ବୁଟୁକୁ ପୁଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ମାଲିକାପୋଡ଼ି ପଞ୍ଚାୟତର ବଡିଙ୍ଗିଆ ନେଡିନାଜୁ ସାହିରେ ଗତ ଡିସେମ୍ବର ୨୦ରେ ଏହି ଅଭାଭନୀୟ ଘଟଣା ଘଟିଥିଲା।
ଘଟଣା ପ୍ରଘଟ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ର ସାହାରା ନେଇ ତଦନ୍ତ କରିଥିଲେ। ଅନୁସନ୍ଧାନୀ କୁକୁର ଘଟଣାସ୍ଥଳରୁ ସିଧା ସଳକ ଅଭିଯୁକ୍ତ ଅମୃତଲାଲ ଘରକୁ ଯାଇ ଚିହ୍ନଟ କରିଥିଲା। କିନ୍ତୁ ତା’ ପୂର୍ବରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ପୁଲିସ ଅଭିଯୁକ୍ତ ଗିରଫ କରିବା ପାଇଁ ବିଭିନ୍ନ ଯୋଜନ ପ୍ରସ୍ତୁତ କରି ଶେଷରେ ୨୦ ଦିନ ପରେ ସଫଳତା ପାଇଛି।
/sambad/media/post_attachments/wp-content/uploads/2017/12/udaygiri1-300x300.jpg)
ଘୁ.ଉଦୟଗିରି ଏସ୍ଡିପିଓ ଇତିକାନ୍ତ ମହାପାତ୍ର କହିଛନ୍ତି, ଘଟଣା ଡିସେମ୍ବର ୧୯ ରାତିରେ ଘଟିଥିଲା। ଅଭିଯୁକ୍ତ ବୁଟୁ ରାତିରେ ହାସିନା ଘରକୁ ଯାଇ କବାଟ ବାଡାଇଥିଲେ। କବାଟ ଖୋଲିବା ପରେ ବୁଟୁ ଓ ହାସିନାଙ୍କ ମଧ୍ୟରେ ବଚସା ହୋଇଥିଲା। ବୁଟୁ ଏକ ହାତୁଡିରେ ହାସିନାର ମୁଣ୍ଡକୁ ଲକ୍ଷ୍ୟ କରି ଶକ୍ତ ପ୍ରହାର କରିଥିଲା। ଫଳରେ ହାସିନାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପରେ ସେ ରକ୍ତ ଜୁଡୁବୁଡୁ ମୃତଦେହକୁ ଘୋଷାରି ଘୋଷାରି ଘର ଭିତରକୁ ନେଇ ଯାଇଥିଲା ଓ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/udaygiri.jpg)