ଘୁ.ଉଦୟଗିରି: ଘାଟିରେ ଯିବା ଆସିବା ପାଇଁ ରାସ୍ତା ନିର୍ମାଣ ହେଲା। ହେଲେ ବିଭାଗୀୟ ଅଧିକାରୀ ସୁରକ୍ଷା ପାଚେରୀ ତିଆରି କରିବାକୁ ଭୁଲି ଗଲେ। ଦୁର୍ଘଟଣାସ୍ଥଳ ବୋଲି ଜାଣି ଇଂରାଜୀରେ ‘ଏକ୍ସିଡେଣ୍ଟ୍ ବ୍ଲାକ୍ ସ୍ପଟ୍’ ଫଳକ ଲେଖି ହାତ ଝାଡ଼ି ଦେଇଛି ପୂର୍ତ ବିଭାଗ। ଏହି ଚିତ୍ର ହେଉଛି ରୁଦାଙ୍ଗିଆ ଘାଟିର। ଆଉ ଏଭଳି ଦାୟିତ୍ବହୀନତାକୁ ନେଇ କେତେ ପାରିବାର ଆମ ପୂର୍ତ୍ତ ବିଭାଗ ବୋଲି ଚର୍ଚ୍ଚା ଜୋର୍ ଧରିଛି ।
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରୁ ସାରଂଗଡ଼ ରାଜ୍ୟ ରାଜପଥ ଘୁ.ଉଦୟଗିରି ଠାରୁ ୬କି ମି ଗଲା ପରେ ପଡେ ରୁଦାଙ୍ଗିଆ ଘାଟି ବୁଲାଣି ପଡ଼ିଥାଏ। ରାସ୍ତାର ଗୋଟିଏ ପଟେ ସୁଉଚ୍ଚ ପାହାଡ଼ ପର୍ବତ ଗଛ ଅନ୍ୟ ପଟେ ବଡ଼ ଖାତ ରହିଛି। ଏହି ଘାଟିରେ ଗାଡ଼ି ଚଳାଇବା ବିପଦକୁ ବରଣ କରିବା ସହ ସମାନ ପାଲଟିଥିଲା। ଲୋକଙ୍କ ଧନଜୀବନ ସୁରକ୍ଷାକୁ ଧ୍ୟାନରେ ରଖି କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଲା। ହେଲେ କେଉଁ ଆଧାରରେ ସୁରକ୍ଷା ପାଚେରୀ ନିର୍ମାଣ କରା ଗଲା ନାହିଁ, ଏହାକୁ ନେଇ ବର୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଚେରୀ ନିର୍ମାଣ କିଭଳି ଏଷ୍ଟିମେଟରେ ସାମିଲ ହୋଇ ନଥିଲା ଏହା ବି ନିଶ୍ଚିତ ଭାବେ ତଦନ୍ତସାପେକ୍ଷ ବୋଲି ଚର୍ଚ୍ଚା ହେଉଛି। ଏଷ୍ଟିମେଟରେ ସୁରକ୍ଷା ପାଚେରୀ କାମ ଥାଇ ଠିକାଦାର କାମ ନକରି ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରାରେ ବିଲ ହୋଇଛି କି ? ଏହାର ତଦନ୍ତ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।
ଘାଟି ରାସ୍ତା ତିଆରି କଲେ, ପାଚେରୀ ଭୁଲି ଗଲେ
/sambad/media/post_attachments/wp-content/uploads/2018/12/kandha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)