ଗୃହରକ୍ଷୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଫୁଲବାଣୀ: ନିଖୋଜର ୨ ଦିନ ପରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର ଗୃହରକ୍ଷୀ ସୁରଥ କହଁର(୩୦)ଙ୍କ ମୃତ ଦେହ ଆଜି ଏକ କେନ୍ଦୁ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଏହାର ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ ସୁରଥ କିଛି ବର୍ଷ ହେଲା ଗୋଛାପଡା ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ। ୨ ଦିନ ପୂର୍ବେ ସେ ନିଜ ଘରୁ କେଉଁ ଆଡେ ଯାଇ ଆଉ ଫେରି ନଥିଲେ। ଏ ନେଇ ପରିବାର ପକ୍ଷରୁ ଥାନାରେ ଜଣାଯାଇଥିଲା। ୨ ଦିନ ଧରି ସୁରଥକୁ ବହୁ ଖୋଜାଖୋଜି କରାଯାଇଥିଲେ ସୁଦ୍ଧା ତାଙ୍କର ସନ୍ଧାନ ମିଳିନଥିଲା। ଆଜି ସକାଳେ ଗୋଛାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛ ଜଙ୍ଗଲ ଏକ କେନ୍ଦୁ ଗଛରେ ସୁରଥଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପରିବାର ଅଶାନ୍ତିକୁ ନେଇ ସୁରଥ ଏଭଳି କାମ କରିଛି ବୋଲି ପୁଲିସ କହିଛି। ପାରିବାରିକ ଅଶାନ୍ତି , ନା ସୁରଥଙ୍କ ଉପରେ ଥାନା ପକ୍ଷରୁ କୌଣସି ଚାପ ଥିଲା ସେନେଇ ତଦନ୍ତ ସାପେକ୍ଷ। ତେବେ ଏନେଇ ପୁଲିସ ତଦନ୍ତ ଚାଲିଛି ବୋଲି କହିଛି।

ସମ୍ବନ୍ଧିତ ଖବର