ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କରୋନା କାଳରେ କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳକୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ବାହାର କରିବା ସହ ସୋସିଆଲ ମିଡ଼ିଆରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଫୋଟ ଭିଡିଓ ଛାଡ଼ି ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିପାରିଛନ୍ତି। ଏହି ଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ହିଲଟପ କାଲିଗାଡୁକୁ ଖୋଜି ବହାରକରିବା ପରେ ଏହି ସ୍ଥାନକୁ ପ୍ରତ୍ୟକ ଦିନ ଶହଶହ ପର୍ଯ୍ୟଟକ ଯିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। କିଛି ଦିନ ଭିତରେ ହଜାର ହଜାର ପର୍ଯ୍ୟଟକ ଏହି ହିଲଟପ୍କୁ ବୁଲିବାକୁ ଆସୁଛନ୍ତି। ହେଲେ ବର୍ତମାନ ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ସୁନ୍ଦର ହିଲଟପ। ଏହି ହିଲଟପ୍କୁ ରାସ୍ତାଟିଏ ନାହିଁ।
ଘୁମୁସର ଉଦୟଗିରି ସହରରୁ ୮କିମି ଦୂରରେ ଅବସ୍ଥିତ ଏହି କାଲିଗାଡୁ ହିଲଟପ।ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତର ମୁକୁଲିଙ୍ଗିଆ ଗାଁ ନିକଟରେ ଅବସ୍ଥିତ।ସିର୍କୀ ଗାଁ ଠାରୁ ମୁକୁଲିଙ୍ଗିଆ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନ ଥିବା ବେଳେ ମୁକୁଲିଙ୍ଗିଆ ଠାରୁ କିଛି ରାସ୍ତା ଗଲା ପରେ ଆଉ ଆଗକୁ ଗାଡି ଯାଇପାରୁନାହିଁ। ସେଇ ସ୍ଥାନରେ ଗାଡ଼ି ରଖି ୫୦୦ମିଟର ପାହାଡ଼ ଚଢ଼ି ଯିବାକୁ ପଡ଼େ। କାଲିଗାଡୁ ଏକ ହିଲଟପ ସମୁଦ୍ର ପତନ ଠାରୁ ହଜାର ହଜାର ମିଟର ଉଚତାରେ ଅବସ୍ତିତ। ସୌନ୍ଦର୍ଯ୍ୟର ଗନ୍ତାଘର ପ୍ରକୃତିର ଅବଦାନ କାଲିଗାଡୁ ହିଲଟପ। ପ୍ରକୃତି ଖୁନ୍ଦି ଦେଇଛି। ସବୁଜ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଥାକ ଥାକ ହୋଇ ସୁସଜ୍ଜିତ ହୋଇ ରହିଛି ପାହାଡ଼ ପର୍ବତ। ବର୍ତମାନ ଉକ୍ତ ସ୍ଥାନରେ ଭାଷା ବାଦଲ ଖଣ୍ଡ ସାଙ୍ଗକୁ ସବୁଜ ବିନାନୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ହିଲଟପ ଉପରୁ ସୁଦୂର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରସଲକୁଣ୍ଡା ଘାଇ, ଡହ ଘାଇ ଦେଖାଯିବା ସହ କନ୍ଧମାଳ ଜିଲ୍ଲା ସୀମାକୁ ଲାଗି ରହିଥିବା ଗଞ୍ଜାମ ଜିଲ୍ଲାର ବହୁ ଗ୍ରାମ ଏହି ହିଲଟପ୍ରୁ ଦୃଶ୍ୟମାନ ହେଉଛି ଏହି ହିଲଟପ୍ ଠାରୁ ପୁଣି କିଛି ବାଟ ଆଉ ଗୋଟିଏ ପାହାଡ଼ ଚଢିଲେ ଆହୁରି ଉଚ୍ଚରୁ ମଜ୍ଜା ନେଇପାରିବେ।
ଆହୁରି ପଢ଼ନ୍ତୁ: ପର୍ଯ୍ୟଟନକୁ ମିଳିବ ବଳ: ୧୦ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣକୁ ଗୁରୁତ୍ବ
ହିଲଟପ୍ରେ ରୋଜଗାର
ସ୍ଥାନୀୟ ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି କାଲିଗାଡୁ ହିଲଟପ୍ର ଉନ୍ନତି ସହ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ରାସ୍ତା ବାହାର କରି ସମ୍ପୂର୍ଣ୍ଣ ଅଞ୍ଚଳ ସଫାସୁତରା କରିବା ସହ ଗାଡି ପାର୍କିଂ ସୁବିଧା, କରିବା ସହ ହିଲଟପ୍ରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଦୋକାନ କରି ପର୍ଯ୍ୟଟକଙ୍କୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ସହ ରୋଜଗାର ମଧ୍ୟ କରୁଛନ୍ତି। ମୁକୁଲିଙ୍ଗିଆ ଗ୍ରାମବାସୀ ଏକ କମିଟି କରି ଏହି ପର୍ଯ୍ୟଟନ କ୍ଷେତ୍ରରେ କିଭଳି ଉନ୍ନତି ହେବ ବାହାରୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ସୁରକ୍ଷିତ ଭାବେ ହିଲଟପ୍କୁ ଯାଇ ପୁଣି ଫେରିବେ ତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି।
ସୁବିଧା ଯୋଗାଉଛନ୍ତି ଗ୍ରାମବାସୀ
ସରକାରଙ୍କ ବିନା ସହଯୋଗ ବିନା ସାହାଯ୍ୟରେ ଆଜି ପର୍ଯ୍ୟନ୍ତ ମୁକୁଲିଙ୍ଗିଆ ଗ୍ରାମବାସୀ କାଲିଗାଡୁ ହିଲଟପରେ ପର୍ଯ୍ୟଟକଙ୍କ ନିମନ୍ତେ ସୁବିଧା ଯୋଗେଇ ପ୍ରଶଂସାର ପାତ୍ର ହୋଇଥିବା ବେଳେ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ଏହି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରୁଛନ୍ତି। ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ କାଲିଗାଡୁ ହିଲଟପ୍କୁ ରାସ୍ତା ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଆସିବା ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା ହେଲେ କିଛିଦିନ କାର୍ଯ୍ୟ ପରେ କାମ ବନ୍ଦ୍ଵ ପଡ଼ିଛି। କାର୍ଯ୍ୟ ବନ୍ଦର କରିବାର ସଠିକ କାରଣ ଜଣାପଡୁ ନଥିବା ବେଳେ ୫ଟି ସଚିବଙ୍କ ଘୁ.ଉଦୟଗିରି ଗସ୍ତ ସମୟରେ ହିଲଟପ୍ର ବିକାଶ ପାଇଁ ପୁଣି ପର୍ଯ୍ୟାପ୍ତ ଅନୁଦାନ ଘୋଷଣା କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ ମାଟି ମୁଠାଏ ପଡ଼ିଲା ନାହିଁ।
ଆହୁରି ପଢ଼ନ୍ତୁ: Farmer: ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଲେ କନ୍ଧମାଳର ଯୁବଚାଷୀ
ଶୀତ ଆରମ୍ଭରୁ ପର୍ଯ୍ୟଟକଙ୍କ ଭିଡ଼
ଶୀତ ଋତୁ ଆରମ୍ଭରୁ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ରାଜ୍ୟ ସରକାର ହିଲଟପ ର ବିକାଶ ପାଇଁ ଅନୁଦାନ ପ୍ରଦାନ କରିବା ସତ୍ତ୍ୱେ ଆଖି ଦୃଶିଆ କାର୍ଯ୍ୟ ନହୋଇପାରିବର କାରଣ କଣ ପୁଣି ବିକାଶ କାର୍ଯ୍ୟର ଅଧାରେ ବନ୍ଦ ହେବା ପଛର ରହସ୍ୟ କଣ? ଏଣୁ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ବନବିଭାଗ ଏହି ସ୍ଥାନକୁ ସ୍ବତନ୍ତ ଧ୍ୟାନ ଦେଇ କାଲିଗାଡୁ ହିଲଟପ ଉନ୍ନତି ସହ ପର୍ଯ୍ୟଟକଙ୍କ ନିମନ୍ତେ ମୌଳିକ ସୁବିଧା ଯଥା ଯାତାୟତ ନିମନ୍ତେ ପକ୍କା ରାସ୍ତା, ପିଇବା ପାଣି, ଶୌଚାଳୟ,ବିଶ୍ରାମ ଗୃହ, ହିଲଟପ ଚାରିପାଖ ସୁରକ୍ଷା ପାଚେରୀ, ବଣ ଭୋଜି ନିମନ୍ତେ ସୁ ବନ୍ଦୋବସ୍ତ କଲେ ଜିଲ୍ଲା, ରାଜ୍ୟ ବାହାରୁ ଏବଂ ବିଦେଶ ପର୍ଯ୍ୟଟକଙ୍କ ଆଗମନ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ରୋଜଗାର ବଢ଼ିବା ସହ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/22/kaligadu-2025-11-22-19-40-14.jpg)