ଘୁ.ଉଦୟଗିରି: ଗତମାସ ୧୬ତାରିଖ ଦିନ ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟି ୩୦ମିଟର ରାସ୍ତା ଧୋଇ ହୋଇ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା। ଭୂସ୍ଖଳନ ପରେ ଗଞ୍ଜାମ ଜିଲ୍ଲାରୁ କନ୍ଧମାଳଜିଲ୍ଲା ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଗଞ୍ଜମ କନ୍ଧମାଳ ଜିଲ୍ଲାର ଯୋଗାଯୋଗର ଲାଇଫ୍ଲାଇନ୍ ଏହି ରାସ୍ତା ଏକ ମାସ ହୋଇଗଲା ସମ୍ପୂର୍ଣ୍ଣ ବନ୍ଦ ରହିବା ଫଳରେ ଉଭୟ ଜିଲ୍ଲାର ସିମାନ୍ତବର୍ତୀ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
କଳିଙ୍ଗା ଘାଟି ରାସ୍ତାରେ ଦୀପାବଳି ଦିନ ରାସ୍ତାରେ ଯାନବାହନ ଯାତାୟତ ନିମନ୍ତେ ଅନୁମତି ମିଳିବ। ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ପଥର ବ୍ଳାଷ୍ଟିଂ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ପଥର ବ୍ଳାଷ୍ଟିଂ ପାଇଁ ହୋଲ କରା କାମ ଚାଲିଛି। ଏହି ପଥର ବାହାର କରିବା ପରେ ରାସ୍ତା ସ୍ୱାଭାବିକ ହେବ।
ବର୍ତମାନ ଗାଡ଼ିଗୁଡ଼ିକ ଚକାପାଦ ଦେଇ ଯିବା ଆସିବା କରୁଛି। ୫୫କିମି ଅଧିକ ରାସ୍ତା ଯିବାକୁ ପଡୁଛି। ୧୫୭ ନମ୍ବର ଜାତୀୟ ରାଜପଥରେ କଳିଙ୍ଗା ଘାଟି ଯାଉଥିବା ବେଳେ ରାସ୍ତା କାମ ସପ୍ତାହେ ଦୁଇ ସପ୍ତାହ ଭିତରେ ସରିଯିବା ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ବର୍ତମାନ ଏକ ମାସ ବିତିଗଲା ହେଲେ ରାସ୍ତା ଖୋଲିଲାନି।ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାସ୍ତା ପାର୍ଶ୍ଵ ପାହାଡ଼ରେ ବଡ଼ବଡ଼ ପଥର ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଛି, ଯାହାକୁ ବାହାର କରିବା ପରେ ରାସ୍ତାରେ ଗାଡ଼ି ମୋଟର ଯାତାୟତ ସ୍ୱାଭାବିକ ହେବା ନେଇ ସୂଚନା ମିଳିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ ୨୧ତାରିଖ ଦୀପାବଳି ଦିନ ରାସ୍ତାରେ ଯାନବାହନ ଯାତାୟତ ନିମନ୍ତେ ଅନୁମତି ମିଳିବ। ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ପଥର ବ୍ଳାଷ୍ଟିଂ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ପଥର ବ୍ଳାଷ୍ଟିଂ ପାଇଁ ହୋଲ କରା କାମ ଚାଲିଛି। ଏହି ପଥର ବାହାର କରିବା ପରେ ରାସ୍ତା ସ୍ୱାଭାବିକ ହେବ। କଳିଙ୍ଗା ଘାଟି ଭୁସ୍ଖଳନ ଦୁର୍ଗାପ୍ରସାଦ ଏବଂ କଳିଙ୍ଗା ବ୍ୟବସାୟୀଙ୍କ ଜୀବନ ଜୀବିକା ଉପରେ ଏହିଭଳି ପ୍ରଭାବିତ କରିଛି ଯେ ଏକ ମାସ ହେଲା ସମସ୍ତ ବ୍ୟବସାୟୀ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ହାତଯୋଡି ଭଗବାନଙ୍କ ଭରଷାରେ ବସିରହିଛନ୍ତି।ବିଳମ୍ବିତ କାର୍ଯ୍ୟ ପାଇଁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ରାସ୍ତା ଖୋଲିବାକୁ ଦାବି କରିଛନ୍ତି ଦୁଇ ଜିଲ୍ଲାର ସିମାନ୍ତବର୍ତ୍ତୀ ଅଞ୍ଚଳର ଜନସାଧାରଣ।
Kalinga ghati | Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/15/g-udayagiri1-2025-10-15-16-42-50.jpg)