ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ସ୍ଥାନୀୟ ଅଂଚଳର ଲୋକ ଓ ବନ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ କଥାର ତାଳ ମେଳ ରହୁ ନାହିଁ। ବନ ବିଭାଗ ଗର୍ଭବତୀ ହାତୀ କହୁଥିବା ବେଳେ ସ୍ଥାନୀୟ ଲୋକେ ଦନ୍ତା ହାତୀ ଶିକାରୀ ମାନେ ହତ୍ୟା ପରେ ଦାନ୍ତ କାଢ଼ି ନେଇଥିବା ଅଭିଯୋଗ ହେଉଛି। ବନ ବିଭାଗ ଅତି ତରବରିଆ ଭାବେ ହାତୀକୁ ପୋତି ଦେବା ଘଟଣାକୁ ଅଧିକ ସନ୍ଦେହ ଘେରକୁ ଟାଣି ଆଣୁଛି। ତିନି ଦିନ ପରେ ବାଲିଗୁଡା ଡିଏଫଓ ଘଟଣାସ୍ଥଳକୁ ଯିବାକୁ ନେଇ ବନବିଭାଗର ହାତୀ ପ୍ରତି କେତେ ସୁରକ୍ଷା ନେଉଥିବେ ତାହା ପ୍ରଶ୍ନ କରିଛନ୍ତି।
ପୂର୍ବତନ ବନ୍ୟ ପ୍ରାଣୀ ସୁରକ୍ଷା କମିଟି ସଦସ୍ୟ ନେତ୍ର ସେଠ ବୁଧୁବାର ବେଲଘର-ଝିରିପାଣି ରାସ୍ତାର ସିକକି ନିକଟସ୍ଥ ଜଙ୍ଗଲରେ ମୃତ୍ୟୁ ଘଟିଥିବା ହାତୀର ତଦନ୍ତ କରିବାକୁ ବାଲିଗୁଡା ଡିଏଫଓ ବିଶ୍ୱନାଥ ନିଳାମ୍ବର ବେଲଘରରେ ପହଂଚି ହାତୀ ମୃତ୍ୟୁ ସ୍ଥାନକୁ ଯାଇଥିଲେ ତାଙ୍କ ସହ ତୁମୁଡିବନ୍ଧ ରେଞ୍ଜର ଘନଶ୍ୟାମ ଦୋରା ଓ ବେଲଘର ବନାଞ୍ଚଳ ଅଧିକାରୀ ମଣିଚନ୍ଦ୍ର ପାତ୍ରଙ୍କ ଠାରୁ ହାତୀମୃତ୍ୟୁ ସମ୍ପର୍କରେ ଟିକିନିଖି ଭାବେ ଘଟଣା ସମ୍ପର୍କରେ ପଚାରି ଜେରା କରିଥିଲେ।
/sambad/media/post_attachments/wp-content/uploads/2018/12/Tumudi-bandh1-300x183.jpg)
ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇଁ ବନଖଣ୍ଡ ଅଧିକାରୀ ନିଳାମ୍ବର ସିକକି ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଉକ୍ତ ଜଙ୍ଗଲରେ ବ୍ୟବଚ୍ଛେଦ ପରେ ପୋତାଯାଇଥିବା ହାତୀ ପାଦ ଚିହ୍ନକୁ ଦେଖିବା ଏବଂ ଉପସ୍ଥିତ ଥିବା ଗ୍ରାମବାସୀଙ୍କ ସହ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ହାତୀଟି କେଉଁ ଆଡୁ ଆସିଥିଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ପୋତା ଯାଇଥିବା ହାତୀର ବ୍ୟବଚ୍ଛେଦ ସମ୍ପର୍କରେ ସମସ୍ତ ନଥିପତ୍ର ଦେଖିବା ପରେ ଅର୍ଥାତ ହାତୀ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Tumudi-bandh.jpg)