କନ୍ଧମାଳ ଲୋକସଭା ଆସନ : ସବୁ ଦଳରେ ଆଶାୟୀଙ୍କ ଭିଡ଼, ବିଜେଡିକୁ ରୋକିବା ଲାଗି ବିଜେପି ଓ କଂଗ୍ରେସ ପ୍ରସ୍ତୁତ

ଫୁଲବାଣୀ, (ବଟକୃଷ୍ଣ ବିହାରୀ): କନ୍ଧମାଳ ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ େହବାକୁ ସବୁ ପ୍ରମୁଖ ଦଳରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫୁଲବାଣୀ,ଜି.ଉଦୟଗିରି,ବାଲିଗୁଡା,ଗଂଜାମ ଜିଲ୍ଲାର ଭଂଜନଗର,ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ଏବଂ ନୟାଗଡ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ନେଇ କନ୍ଧମାଳ ଲୋକସଭା ଗଠିତ। ଗତ ୪ଟି ନିର୍ବାଚନରେ ବିେଜଡି ଏହି ଆସନକୁ ଅକ୍ତିଆର କରି ରଖିଛି।

୨୦୦୦ ମସିହାରେ ଓଡିଶାରେ ବିେଜଡି-ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ସେ ନିର୍ବାଚନରେ ବିେଜଡି ପ୍ରାର୍ଥୀ ପଦ୍ମନାଭ ବେହେରା କଂଗ୍ରସେର ହେଭିେଵଟ୍ େନତା ମୃତ୍ୟୁଞ୍ଜୟ ନାୟକଙ୍କୁ ହରାଇଥିଲେ। ୨୦୦୪ରେ ବିେଜଡିର ସୁଗ୍ରୀବ ସିଂ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ େହାଇଥିଲେ।

୨୦୦୯ରେ େମଣ୍ଟ ଭାଙ୍ଗିବା ପରେ ଦଳର ବିଜେଡିର ବରିଷ୍ଠ େନତା ରୁଦ୍ରମାଧବ ରାୟ କଂଗ୍ରେସର ସୁଜିତ ପାଢୀ ଓ ବିେଜପିର ଅଶୋକ ସାହୁଙ୍କୁ ହରାଇଥିଲେ। ୨୦୧୪ ନିର୍ବାଚନରେ େହମେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଥିଲା ବିେଜଡି ଓ ସେ ବି ଜିତିଥିଲେ। ତାଙ୍କର ପରଲୋକ ପରେ କନ୍ଧମାଳ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା, େଯଉଁଥିରେ, ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବିେଜ଼ଡି ପ୍ରାର୍ଥୀ େହାଇ ୩ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ଏଥର କିନ୍ତୁ ଆଶାୟୀଙ୍କ ସଂଖ୍ୟା ପୂର୍ବ ନିର୍ବାଚନ ଗୁଡିକଠାରୁ େଢର୍ ଅଧିକ ରହିଛି। େକବଳ େସତିକି ନୁେହଁ, ସ୍ଥାନୀୟ େନତାଙ୍କ ପ୍ରାର୍ଥିତ୍ବ ପ୍ରସଙ୍ଗ ଭାବେ ଉଭା େହଲାଣି।

୨୦୧୯ ସାଧାରଣ ନିର୍ବାଚନରେ ବିେଜଡି ପ୍ରାର୍ଥୀ ଭାବେ ବର୍ତମାନର ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ବ୍ୟତୀତ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ସାଂସଦ ତଥା ବର୍ତମାନର ବୀରମହାରାଜପୁରର ବିଧାୟକ ପଦ୍ମନାଭ ବେହେରା ଆଶାୟୀ ଥିବା କୁହାଯାଉଛି। ଏହା ବାଦ ସରକାରୀ ଚାକିରି ଛାଡି ରାଜନୀତି ମଇଦାନକୁ ଓହ୍ଲାଇଥିବା ୨-୩ ଜଣ ପ୍ରଶାସନିକ ଅଧିକାରୀ ବି କନ୍ଧମାଳ ସାଂସଦ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡିଛନ୍ତି।

ଅନ୍ୟପକ୍ଷରେ ବିେଜଡିର ବିଜୟ ଧାରା େରାକିବା ପାଇଁ ବିେରାଧୀ କଂଗ୍ରେସ ଓ ବିେଜପି ତୟାର। କେଂଗ୍ରସ ଏଥର ଜଣେ ଅଭିଜ୍ଞ ନିର୍ମଳ ଭାବମୂର୍ତ୍ତି େନତାଙ୍କ ସନ୍ଧାନରେ ରହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨-୩ ଥର କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେଂଗ୍ରସରୁ ବରିଷ୍ଠ େନତା ପଞ୍ଚାନନ ଦିଗାଲ, ,ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ,ରାଧାକାନ୍ତ ଦିଗାଲ, ନକୁଳ ନାୟକ, ସନ୍ତୋଷ ପଟ୍ଟନାୟକ, ମନୋଜ ଆଚାର୍ଯ୍ୟ, ପିତାମ୍ବର ସାହୁ, ସୁଜିତ ପାଢୀ ଏବଂ ବରିଷ୍ଠ େନତା ଚନ୍ଦ୍ରଶେଖର ପରିଡା ପ୍ରମୁଖ ପ୍ରାର୍ଥୀ େହବାକୁ ଆଶାୟୀ ଅଛନ୍ତି।

ସେହିଭଳି ବିେଜପି ଏଥର ନୂଆ ମୁହଁ ଅନୁସନ୍ଧାନରେ ରହିଛି। ସାଂସଦ ପ୍ରାର୍ଥୀ ଭାବେ ଡା.ରବିନାରାୟଣ ନନ୍ଦ, େନତ୍ର ମାନସେଠ୍, ତପନ କୁମାର ପାତ୍ର, କମଳାକାନ୍ତ ପାେଣ୍ଡଙ୍କ ନାଁ ର୍ଚଚ୍ଚା ହେଉଥିବା ବେଳେ ସୁକାନ୍ତ ପାଣିଗ୍ରାହୀ ଓ ଅଶୋକ ସାହୁ ମଧ୍ୟ ଦୌଡରେ ଥିବା କୁହାଯାଇଛି। ଏହା ବାଦ ରାଜ୍ୟସ୍ତରରେ କିଛି େନତାଙ୍କୁ ଏଠାରେ ଥଇଥାନ ସ୍ବରୂପ ପ୍ରାର୍ଥୀ କରିବାକୁ ଦଳ ଚିନ୍ତା କରୁଥିବା କୁହାଯାଉଛି।

(କନ୍ଧମାଳ) ୨୦୧୪ ସାଧାରଣ ନିର୍ବାଚନ

ଦଳ            ପ୍ରମୁଖ ପ୍ରାର୍ଥୀ          ଭୋଟ
ବିଜେଡି      ହେମେନ୍ଦ୍ର ସିଂହ          ୪,୨୧,୪୫୮
ବି‌ଜେଡି      ସୁକାନ୍ତ ପାଣିଗ୍ରାହୀ      ୧,୦୮୭୪୪
କଂଗ୍ରେସ     ହରିହର କରଣ          ୨,୪୦୪୪୧

୨୦୧୪ ଉପନିର୍ବାଚନ
ବିଜେଡି       ପ୍ରତ୍ୟୁଷା ରାଜଶ୍ବରୀ ସିଂହ    ୪,୭୭,୫୨୯
ବିଜେପି       ରୁଦ୍ରମାଧବ ରାୟ            ୧,୭୮,୬୬୧
କଂଗ୍ରେସ      ଅଭିମନ୍ୟୁ ବେହେରା         ୯୦,୫୩୬

ସମ୍ବନ୍ଧିତ ଖବର