କନ୍ଧମାଳ: ସିମନବାଡ଼ି-ରାଇକିଆ ରାସ୍ତାରେ ମାଓ ବ୍ୟାନର୍‌ ଓ ପୋଷ୍ଟର୍‌

କନ୍ଧମାଳ: ରବିବାର ଦିନ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଧୀନ ସିମନବାଡ଼ି ରୁ ରାଇକିଆକୁ ପଡ଼ିଥିବା ରାସ୍ତାରେ ମାଓବାଦୀଙ୍କ ବ୍ୟାନର୍‌ ଓ ପୋଷ୍ଟର୍‌ ଲାଗିଥିବା କଥା ଲୋକେ ଦେଖିଛନ୍ତି। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ବୋଲି ଏହି ପୋଷ୍ଟର୍‌ ସବୁରେ ଉଲ୍ଲେଖ ରହିଛି।

ଗେରୁଆ ଆତଙ୍କବାଦୀ ସଂଘ ପରିବାରର ତାଣ୍ଡବ ଲୀଳାକୁ ବିରୋଧ କରି ଡିସେମ୍ବର ୬ ତାରିଖରୁ ୧୨ ତାରିଖ ଯାଏଁ ପ୍ରତିରୋଧ ସପ୍ତାହ ପାଳନ କରିବାକୁ ଏଥିରେ କୁହାଯାଇଛି। ବ୍ରାହ୍ମଣୀୟ ହିନ୍ଦୁବାଦୀ ଫାସିବାଦ ବିରୋଧରେ ଏକଜୁଟ ହୋଇ ସଂଗ୍ରାମ କରିବା, ଧର୍ମ ନାମରେ ଦଙ୍ଗା ବନ୍ଦ କରିବାକୁ ଚେତାବନୀ, ଗୋରକ୍ଷା ନାଁରେ ମୁସଲମାନ, ଖ୍ରୀଷ୍ଟିଆନ ଓ ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଆକ୍ରମଣକୁ ଏହି ପୋଷ୍ଟର୍‌ ଓ ବ୍ୟାନର୍‌ ଜରିଆରେ ବିରୋଧ କରାଯାଇଛି।

ମୋଦି ସରକାରଙ୍କ ମାଓବାଦୀ ନିପାତ ଅଭିଯାନକୁ ବିରୋଧ କରି ନୂତନ ଗଣତାନ୍ତ୍ରିକ ସମାଜ ସ୍ଥାପନ କରିବାକୁ ମାଓବାଦୀଙ୍କ ନେତୃତ୍ୱରେ ସଂଗଠିତ ହେବାକୁ ଏହି ପୋଷ୍ଟର୍‌ ଓ ବ୍ୟାନର ଦ୍ୱାରା ଆହ୍ଵାନ ଦେଇଛି କମ୍ୟୁନିଷ୍ଟ୍‍ ମାଓ ସଂଗଠନ।

ସମ୍ବନ୍ଧିତ ଖବର