ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ତାତି ପୂର୍ବ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ପ୍ରବଳ ଖରା ସାଙ୍ଗ କୁ ଗୁଳୁଗୁଳି ସାରା ଜିଲ୍ଲାରେ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଛି। ସପ୍ତାହ ହେବ ସ୍ଥାନୀୟ ଅଞ୍ଚଳର ତାପମାତ୍ରର ୪୦ ଡିଗ୍ରୀ ଉପାର ରହୁଥିବା ବେଳେ ୪୪ ଡିଗ୍ରୀ ମଧ୍ୟ ପାର କରିଥିଲା କିନ୍ତୁ ଗତକାଲି ରାତିରେ ସାମାନ୍ୟ ବର୍ଷା ଯୋଗୁଁ ପାଣିପାଗରେ ସାମାନ୍ୟ ପରିବର୍ତନ ଆସିଛି । ଆଜି ସକାଳୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ ଧୀରେ ଧୀରେ ଦିନ ୯ଟା ପରେ ଖରା ବାହାରିଥିଲା। ଆଜି ଜିଲ୍ଲା ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ତାପମାତ୍ରା ୩୭ ଡିଗ୍ରୀ ରହିଛି । ସୋମବାର ଦିନ ୪୦.୪ , ମଙ୍ଗଳବାର ଦିନ ୪୦.୫, ବୁଧବାର ଦିନ ୪୨ ଡିଗ୍ରୀ ରହିଥିଲା ଆଜି ପ୍ରାୟ ୩ରୁ ୪ ଡିଗ୍ରୀ ତାପମାତ୍ର ହ୍ରାସ ପାଇଛି । ଆଉ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ଆସିବା ଅନୁମାନ କରାଯାଉଛି। ଜିଲ୍ଲାର ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି, ଟିକାବାଲି, ଚକାପାଦ, ଖଜୁରୀପଡା ଓ ଦାରିଙ୍ଗବାଡିରେ ମଧ୍ୟ ପ୍ରବଳ ଗରମ ସାଙ୍ଗକୁ ଗୁଲୁ ଗୁଳି ହେଥିବା ବେଳେ ସାମାନ୍ୟ ବର୍ଷା ଜନଜୀବନକୁ ଆଶ୍ବସ୍ତ କରିଛି।
କନ୍ଧମାଳରେ ବର୍ଷା, ତାତିରୁ ସାମାନ୍ୟ ନିସ୍ତାର
/sambad/media/post_attachments/wp-content/uploads/2019/06/bright-lightning-purple-sky.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)