ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପାରିଜାତ କଲ୍ୟାଣ ମଣ୍ଡପଠାରେ ଆଜି କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। କନ୍ଧମାଳ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମକର୍ତ୍ତା ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ସାରଦା ଶତପଥୀ ଓ ପୂର୍ବତନ ସାଂସଦ ତଥା କନ୍ଧମାଳ ଲୋକସଭା ପ୍ରଭାରୀ ଅନନ୍ତ ନାୟକ ପ୍ରମୁଖ ଯୋଗ ଦେଇ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରରୁ ଦଳୀୟ ସଂଗଠନ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୧୨୦ ମିଶନ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ନିଶ୍ଚୟ ସଫଳ ହେବ। କନ୍ଧମାଳ ଲୋକସଭା ସମେତ ଏଥିରେ ଥିବା ସମସ୍ତ ୭ ବିଧାନସଭା ଯେଭଳି ବିଜେପି କ୍ଷମତାକୁ ଆସିବ ସେଥି ନିମନ୍ତେ ଦଳୀୟ କର୍ମୀମାନେ ଏବେଠୁ ପ୍ରସ୍ତୁତ ରହିବା ସହ ପ୍ରତି ବୁଥକୁ ଯାଇ ଜନସମ୍ପର୍କ ସୃଷ୍ଟି କରିବା ଏବଂ ନୂଆ ନୂଆ ଲୋକଙ୍କୁ ଦଳରେ ସାମିଲ କରିବାକୁ ଗରୁତ୍ୱାରୋପ କରାଯାଇଥିଲା ।
ରାଜ୍ୟ ସମ୍ପାଦିକା ସବିତା ନନ୍ଦ, ରାଜ୍ୟ ସମ୍ପାଦକ ବିଭୂତି ଜେନା, ବୌଦ୍ଧ ଜିଲ୍ଲା ସଭାପତି ସୌମିତ୍ରୀ ନାୟକ, ନୟାଗଡ ଜିଲ୍ଲା ସଭାପତି ସନ୍ୟାସୀ ନାୟକ, ଘୁମୁସର ଜିଲ୍ଲା ସଭାପତି ପୃଥ୍ଵୀରାଜ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟନାରାୟଣ ବେହେରା ପ୍ରମୁଖ ଦଳୀୟ ସଂଗଠନ ସୁଦୃଢ କରିବା ଉପରେ କହିଥିଲେ। କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ତପନ ପାତ୍ର, ଭଗବାନ ମହାନ୍ତି,ଜଗନ୍ନାଥ ସାହୁ,କରେନ୍ଦ୍ର ମାଝି, ନେତ୍ର ମାନସେଠ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ, ସାଧାରଣ ସମ୍ପାଦିକା ସ୍ମିତାରାଣୀ ମହାନ୍ତି, ଅଜୟ କୁମାର ସାହୁ, ଅନନ୍ତ କୁମାର ଦିଗାଲ, ରଂଜନ କୁମାର କହଁର, ବସନ୍ତ ପ୍ରଧାନ, ସୁଶାନ୍ତ ମହାନ୍ତି, ତପନ ପାଢୀଙ୍କ ସମେତ ଲୋକସଭା ଅନ୍ତର୍ଗତ କନ୍ଧମାଳ, ବୌଦ୍ଧ, ଗଂଜାମ ଓ ନୟାଗଡ ଜିଲ୍ଲାର ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ।
କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ:ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ
/sambad/media/post_attachments/wp-content/uploads/2018/01/ballot-box-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)