କୃମି ଯୋଗୁଁ ପିଲାମାନଙ୍କ ଠାରେ ପୁଷ୍ଟି ହୀନତା ଓ ରକ୍ତ ହୀନତା ଦେଖାଯାଏ: ଜିଲ୍ଲାପାଳ

କନ୍ଧମାଳ: ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ବୁଧବାର ଜିଲ୍ଲାପାଳ ଡ. ବୃନ୍ଦା ଡି ସ୍ଥାନୀୟ କେନ୍ଦୁପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି, କୃମି ଯୋଗୁଁ ପିଲାମାନଙ୍କ ଠାରେ ପୁଷ୍ଟି ହୀନତା ଓ ରକ୍ତ ହୀନତା ଦେଖାଯାଇ ଥାଏ। ଯାହା ଫଳରେ ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧା ପାଇଥାଏ।
ଜିଲ୍ଲାପାଳ କିଛି ପିଲାଙ୍କୁ ନିଜ ହାତରେ କୃମି ନାଶକ ବଟିକା ଖୁଆଇ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହା ପରେ ସେ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ରେ ପ୍ରାକ୍‌-ବିଦ୍ୟାଳୟ ପିଲା ଙ୍କୁ ଭିଟାମିନ ଏବଂ କୃମି ନାଶକ ଶିରାପ୍‌ ଖୁଆଇ ଥିଲେ। ସାଙ୍ଗରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ବିଭାଗ) ତଥା ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ଅନ୍ୟ ଜିଲ୍ଲା ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଳାର ୨୦୨୫ ଅଙ୍ଗନବାଡ଼ି ଶିଶୁ ୧୯୧୮ ବିଦ୍ୟାଳୟ ତଥା ୧ ରୁ ୧୯ ବର୍ଷ ବୟସ ର ସମୁଦାୟ ୨, ୪୨, ୪୪୧ ଜଣ ପିଲା ଏହି କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେବେ। ଯେଉଁ ଶିଶୁମାନେ ଏହି ବଟିକା କିମ୍ବା ଶିରାପ୍‌ ଖାଇ ପାରି ନଥିବେ ସେମାନେ ୩ ଅକ୍ଟୋବର ୨୦୧୮ରେ ଏହି ଔଷଧ ଖାଇ ପାରିବେ।
କୃମି ନାଶକ ବଟିକା ସେବନଦ୍ଵାରା ରକ୍ତହୀନତା ନିୟନ୍ତ୍ରଣ ହୋଇଥାଏ। ପିଲା ଅଧିକ ଖାଦ୍ୟ ଗ୍ରହଣ କରିପାରନ୍ତି। ପିଲାଙ୍କ ପାଠପଢାରେ ସ୍ଥିରତା, ଦକ୍ଷତା ବୃଦ୍ଧି, ବିଦ୍ୟାଳୟରେ ଉପସ୍ଥାନ ଠିକ୍‌ ରୂପେ ହେଇ ଥାଏ।

ସମ୍ବନ୍ଧିତ ଖବର