ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବହୁବର୍ଷ ହେଲା ଜମିଜବରଦଖଲ କରି ରହିଥିବା ଅଜିତ ବସ୍ତରାୟୀଙ୍କ ଘରକୁ ପ୍ରଶାସନ ଓ ଗ୍ରାମବସୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ପ୍ରଶାସନର ପ୍ରତିଶ୍ରୁତି ପ୍ରକାରେ ଆଜି ତହସିଲଦାର ନୀତିଶ ତ୍ରିପାଠୀ, ବିଡିଓ ତ୍ରିଲୋଚନ ପାତ୍ର ଦାରିଙ୍ଗବାଡ଼ି ଥାନା ଅଧିକାରୀ ଅଲେଖ ଗାରଡିଆ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ସହ ପୁଲିସ ଫୋର୍ସ, ତହସିଲ କର୍ମଚାରୀ, ଜବରଦଖଲକାରୀ ଅଜିତ ବସ୍ତରାୟୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଜେସିପି ଲଗାଇ ଉଚ୍ଛେଦ କରାଯିବା ସହ ବିଦ୍ୟାଳୟର ପରିସୀମା ଚିହ୍ନଟ କରି ଗ୍ରାମର ଲୋକଙ୍କୁ ଦେଖାଇଥିଲେ । ସୂଚନାଯୋଗ୍ୟ ଯେ, ଗ୍ରାମର ଅଜିତ ବସ୍ତରାୟୀ କୋଡିଏ ବର୍ଷ ପୂର୍ବରୁ ବିଦ୍ୟାଳୟ ଜାଗାରେ ଘରକରି ବସବାସ କରିଆସୁଥିଲେ। କିଛିବର୍ଷ ପୁର୍ବେ ବିଦ୍ୟାଳୟ କମିଟି ଓ ଅଭିଭାବକ ବିଦ୍ୟାଳୟର ଉନ୍ନତି କରିବା ସହିତ ପାଚେରୀ ନିର୍ମାଣ କରିବା ପାଇଁ ଅଜିତଙ୍କୁ ଉଛେଦ କରିବା ପାଇଁ କହିଥିଲେ । ହେଲେ ଅଜିତ ରାଜି ନହେବାରୁ ପ୍ରଶାସନ ଜରିଆରେ ଉଛେଦ ପାଇଁ ନୋଟିସ କରିଥିଲେ । ଏହାକୁ ନେଇ ଅଜିତ ଅଇନର ଆଶ୍ରୟ ନେଇ ହାଇକୋର୍ଟରେ ମକଦ୍ଦମା ରୁଜୁ କରିଥିଲେ । ଫଳରେ ଜମି ମାମଲା କୋର୍ଟ କଚେରୀରେ ରହି ଡେରି ହେଉଥିଲା । ଏଥିରେ ସୁରକ୍ଷା କମିଟିର ନେତୃତ୍ୱରେ ଗତ ୨୦୧୮ ନଭେମ୍ବର୧୭ ତାରିଖ ଦିନ ଗ୍ରାମ ତଥା ପଂଚାୟତର ଲୋକେ ଅଜିତକୁ ଧମକ ଦେଇ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ଅଜିତ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ କେସ ନଂ ୩୮/୨୦୧୮ରେ ୧୦ ଜଣଙ୍କ ନାମରେ ମକଦମା ରୁଜୁହୋଇ ଥିଲା । ଏହି ବିଷୟରେ ଗତ ମେ ମାସରେ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ବିଦ୍ୟାଳୟ ଖୋଲିବା ପୂର୍ବରୁ ଏହାର ସମାଧାନ ନକଲେ ବିଦ୍ୟାଳୟ ଖୋଲିବା ଦିନଠାରୁ ପଂଚାୟତର ସମସ୍ତ ସରକାରୀ ଅନୁଷ୍ଠାନ ଅନିର୍ଦ୍ଧିଷ୍ଟ କାଳଯାଏ ବନ୍ଦ ରଖିବେ । ସେହି ପ୍ରକାରେ ଗତ ୨୧ତାରିଖ ଠାରୁ ସମସ୍ତ ଅନୁଷ୍ଠାନ ବନ୍ଦ କରିଥିଲେ । ପରେ ପ୍ରଶାସନ ଉଚ୍ଛେଦ ପ୍ରତିଶ୍ରୁତି ବେଦା ପରେ ବିଦ୍ୟାଳୟ ସ୍ବାଭାବିକ ହୋଇଥିଲା।
ଜବରଦଖଲ ଜମିରେ ୧୯୬୨ ସାଲରୁ ବସବାସ କରୁଥିବା ଅଜିତ ବସ୍ତରାୟଙ୍କ ଘର ପ୍ରଶାସନ ଓ ଗ୍ରାମବସୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ଏହା ପରେ ଅଜିତଙ୍କ ୧୦ ପ୍ରାଣୀ କୁଟୁମ୍ବ ଏବେ ଖୋଲା ଆକାଶ ତଳେ। ୧୯୭୦ରେ ତାଙ୍କ ନାମରେ ରାଜସ୍ୱ ବିଭାଗ ପକ୍ଷରୁ ମକଦ୍ଦମା ରୁଜୁ ହୋଇ ଜରିମାନା ଆଦାୟ ହୋଇଥିଲା। ଗତ ୨୦୦୦ ସାଲରେ ସେଠାରେ ଘରକରି ଆଜିଯାଏ ବସବାସ କରି ତାଙ୍କ ପୁଅ ଅଜିତ ବସ୍ତରାୟଙ୍କ ପରିବାର ରହୁଥିଲେ। ୨୦୧୬ରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ଆଜିତଙ୍କୁ ଘର ଉଛେଦ ପାଇଁ କହିଥିଲେ। ଅଜିତ ରାଜି ନହେବାରୁ ପ୍ରଶାସନ ଜରିଆରେ ଗ୍ରାମବାସୀ ଉଚ୍ଛେଦ ପାଇଁ ନୋଟିସ କରିଥିଲେ। ଏନେଇ ମାମଲା ରହିଥିବା ବେଳେ ଗ୍ରାମବାସୀ ଏହାକୁ ପ୍ରଥମେ ଭାଙ୍ଗି ଦେଇଥିଲେ। ଘଟଣାରେ ମାମଲା ଥାନାକୁ ଯାଇଥିଲା। ପରେ ବହୁ ଆଲୋଚେନା ପରେ ଆଜି ପ୍ରଶାସନ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରରୁ ଉଚ୍ଛେଦ କରାଯାଇଛି। ବର୍ତ୍ତମାନ ଅଜିତଙ୍କ ପରିବାର ଖୋଲା ଆକାଶ ତଳେ। ତହସିଲଦାରଙ୍କ ସହ ଯୋଗାଯୋଗ ପରେ ଅଜିତଙ୍କ ପରିବାରକୁ ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଦୁଇଟି ବିଜୁପକା ଘର ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ସୁପାରିସ କରିବା ସହିତ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
କାଟିଙ୍ଗା ଉଚ୍ଚ ବିଦ୍ୟାଳୟ ଜମି ଜବରଦଖଲ ଘଟଣା:ପ୍ରଶାସନ ଓ ଲୋକଙ୍କ ଉପସ୍ଥିତିରେ ହେଲା ଉଚ୍ଛେଦ
ଉଚ୍ଛେଦ ପରେ ବେସାହାରା ଅଜିତଙ୍କ ପରିବାର
/sambad/media/post_attachments/wp-content/uploads/2019/06/bam-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)