ମହାସିଙ୍ଗ ସରପଞ୍ଚକୁ ବହିଷ୍କାର ଦାବି କରି ପଞ୍ଚାୟତରେ ତାଲା ପକାଇଲା କୁଇ ସମାଜ

ତୁମୁଡ଼ିବନ୍ଧ/କ.ନୁଆଗା: କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ମହାସିଙ୍ଗ ପଂଚାୟତ କାର୍ଯ୍ୟାଳୟରେ ଗୁରୁବାର ତାଲା ପକାଯାଇଛି। ମହାସିଙ୍ଗ କୁଇ କୁଳ ସମିତିର ଶତାଧିକ ମହିଳା ଓ ପୁରୁଷମାନେ ସରପଂଚଙ୍କ ପ୍ରତି ଅସନ୍ତୋଷ ହୋଇ ଏହି ପଦକ୍ଷେପ ନେଇଛନ୍ତି। ମହିଳା ସରପଞ୍ଚ ନୀଳିମା ମଳିକ ଆଦିବାସୀ ଜାତି ହଡପ କରି ପଂଚାୟତ ର୍ନିବାଚନରେ ଜିତିଥିବା ଅଭିଯୋଗ କରିଛନ୍ତି। କୁଇ କୁଳ ସମିତି ପଞ୍ଚାୟତ ସଭାପତି ଲୁସିବନ ମଲିକ ଓ ବରିଷ୍ଠ ନେତା ବିପ୍ର ଚରଣ ପ୍ରଧାନ ନିର୍ବାଚନରେ ଜିତିବା ପରଠାରୁ ଜାତି ହଡପ ନେଇ ଜିଲ୍ଲା ପ୍ରଶାସନଠୁ ଆରମ୍ବ କରି ନିର୍ବାଚନ କମିଶନ ସମସ୍ତଙ୍କୁ ଅଭିଯୋଗ ହୋଇଥିଲା।

ସରପଞ୍ଚ ନୀଳିମା ମଳିକଙ୍କୁ ବହିଷ୍କାର କରାଯାଇନାହିଁ। ତେଣୁ ଆଜି ଶତାଧିକ ମହିଳା ଓ ପୁରୁଷ ଜାଲ କରି ଜାତି ହଡପ ସହ ସରପଞ୍ଚ ଜିତିଥିବା ମହିଳାଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର ସହ ଗିରଫ ଦାବି କରି ତାଲା ପକାଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ସରପଞ୍ଚଙ୍କୁ ବହିଷ୍କାର କରାଯାଇ ନଥିବ ସେତେ ଦିନ ପର୍ଯ୍ୟନ୍ତ ତାଲା ଝୁଲିବ ବୋଲି ଉତ୍ତେଜିତ ଲୋକେ ଚେତାବନି ଦେଇଛନ୍ତି। ସେହିଭଳି ସେମାନେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବାକୁ ଚେତାବନି ଦେଇଛନ୍ତି। ଅପରପକ୍ଷେ ସରପଞ୍ଚ ନୀଳିମା ମଳିକ ସମସ୍ତ ପ୍ରକାର ତଦନ୍ତକୁ ସ୍ୱାଗତ କରି ବା ସହିତ ସଠିକ ପକ୍ରିୟାରେ ନିର୍ବାଚନ ଜିତିଥିବା ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର