କନ୍ଧମାଳ: ପ୍ରେମ ସମ୍ପର୍କରଖି ନାବାଳିକାକୁ କରିଥିଲା ଗର୍ଭବତୀ, ଗର୍ଭ ନଷ୍ଟ ମାମଲାରେ ଯୁବକ ଗିରଫ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଂଚଳରେ ଏକ ଦଶମ ଶ୍ରେଣୀ ଫେଲ ହୋଇ ଥିବା ନାବାଳିକା କାକୁ ପ୍ରେମ ନିବେଦନ କରିବା ସହ ସୁନେଲି ସ୍ୱପ୍ନ ସାଙ୍ଗକୁ ପ୍ରୋଲଭନ ଦେଖାଇ ଶାରୀରିକ ସମ୍ପର୍କକୁ ଯୋର ଜବରଦସ୍ତ ରଖିବା ପାଇଁ ବାଧ୍ୟ କରିଥଲା ଏବେ ତିନି ମାସ ଗର୍ଭବତୀ ଜାଣି ବା ପରେ ଗର୍ଭ ନଷ୍ଟ କରିବାକୁକିଛି ଔଷଧ ଦେଇ ଥିଲା, ଯାହା ଖାଇବା ଫଳରେ ମୋ ଝିଅ ଅସୁସ୍ଥ ହୋଇ ଥିବା କହିଛନ୍ତି ନାବାଳିକାର ବାପା ଏ ନେଇ ବେଲଘର ଥାନାରେ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ବେଲଘର ଥାନା ଅଧିକାରୀ ଦଶରଥ ହେମ୍ବ୍ରମ ୩/୧୯ରେ ଏକ ମାମଲା ରୁଜୁ କରିବା ସହ ଯୁବକ ଅନନ୍ତ ନାୟକ କୁ ଥାନାରେ ଅଟକ ରଖି ପଚରା ଉଚାର ଚଳାଇ ଥିବା କହିଛନ୍ତି। ତେବେ ନାବାଳିକା ଜଣକ ଗର୍ଭ ନଷ୍ଟ ପାଇଁ ଔଷଧ ଖାଇବା ପରେ ଅସୁସ୍ଥ ହୋଇ ପ୍ରଥମେ ବେଲଘର ମେଡିକାଲ ଓ ପରେ ତୁମୁଡିବନ୍ଧ, ବାଲିଗୁଡା ଏବେ ଫୁଲବାଣୀ ଜିଲ୍ଲା ଚିକତ୍ସାଳୟ ରେ ଭର୍ତି ହୋଇଛି।

ସମ୍ବନ୍ଧିତ ଖବର