କନ୍ଧମାଳ: ବାଲିଗୁଡ଼ାରେ ପ୍ରଥମ ମାଓ ପତ୍ରିକା

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଂଚଳରେ ଶନିବାର ପ୍ରଥମ ଥର ମାଓ ପତ୍ରିକା ଦେଖାଯାଇଛି। ସୂଚନା ଅନୁସାରେ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ କାନ୍ଥରେ ମାଓ ପତ୍ରିକାର ଦୁଇଟି ପୃଷ୍ଠା ଲଗାଯାଇଛି। ପୋଷ୍ଟରରେ କେକେବିଏନ୍‌ ମାଓ ସଂଗଠନର ବିପ୍ଲବୀ ଡେଙ୍ଗୁରା ଦ୍ୱାରା ପ୍ରକାଶ କରାଯାଇଛି।

ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ମାସ ୫ ତାରିଖରେ ଖଜୁରୀପଡ଼ା ବ୍ଲକର ସୁତୁରୁ କୁମ୍ପା ପଂଚାୟତର ମାଲିକପଡ଼ାର ରବିକୁ ଜନ ଅଦାଲତ ନିଷ୍ପତ୍ତି କ୍ରମେ ପିଏଲଜିଏ ମୃତ୍ୟୁ ଦଣ୍ଡ ଦେଇଛି। ରବି ଜଗୁଆଳୀ ଦୀର୍ଘ ଦିନ ହେବ ପୁଲିସକୁ ସାହାଯ୍ୟ କରୁଥିଲା।

ଯେଉଁ ଗଣତନ୍ତ୍ରରେ ଗଣଙ୍କ କଥାକୁ ପ୍ରାଧାନ୍ୟ ନାହିଁ, ସେ ଗଣତନ୍ତ୍ର କ’ଣ ପାଇଁ ବୋଲି ପତ୍ରିକାରେ କୁହାଯାଇଛି। ଆମ ସମ୍ବିଧାନରେ ଗଣ କହିଲେ ଲୋକ ଏବଂ ତନ୍ତ୍ର କହିଲେ ଶାସନ ଆମେ ବହିରେ ପଢ଼ିଛୁ । ହେଲେ ଆଜିର ଶାସନ ଗଣମାନଙ୍କ ଅଛି କି? ଯଦି ଅଛି, ବା ନାହିଁ, ତା’ହେଲେ ଆମକୁ ଆନ୍ଦୋଳନ ଓ ଅନଶନ, ଘେରାଉ ଏବଂ ନିଜକୁ ଆତ୍ମହୁତୀ ଅବା ଲାଠି ମାଡ଼, ବୁଲେଟ ଖାଇବାକୁ ପଡୁଛି। ମାଓବାଦୀଙ୍କ କଥା ଛାଡ଼, ସେମାନେ ତ ଆତଙ୍କବାଦୀ ବିକାଶ ବିରୋଧୀ।

ସମ୍ବନ୍ଧିତ ଖବର