ନିଶା ଦେଇ ଲୁଟିନେଲେ ମନରେଗା ମଜୁରି; ଅଚେତ ଅବସ୍ଥାରେ ଶ୍ରମିକ ଉଦ୍ଧାର, ପୁଲିସର ତନାଘନା

ଫୁଲବାଣୀ : ନିଶା ଦେଇ ଦୁର୍ବୃତ୍ତମାନେ ଜଣେ ଶ୍ରମିକଙ୍କଠାରୁ ମନରେଗା ମଜୁରି ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସମ୍ପୃକ୍ତ ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଦୁଲକିଆ ଗାଁର ସୃଣ୍ଡି ଦିଗାଲ ଓ ପତ୍ନୀ ସଂଗୀତା ଗତକାଲି ବାରଖମାକୁ ବାଇକ୍‌ରେ ଯାଇ ବ୍ୟାଙ୍କରୁ ମନରେଗା ମଜୁରି ବାବଦକୁ ୨୦ ହଜାର ଟଙ୍କା ଉଠାଇଥିଲେ। ବ୍ୟାଙ୍କ ସମ୍ମୁଖରେ ସୃଣ୍ଡି ଟଙ୍କା ଧରି ଠିଆ ହୋଇଥି‌ବାବେଳେ ସଂଗୀତା ଏକ ଦୋକାନକୁ କୌଣସି ଜିନିଷ କିଣିବାକୁ ଯାଇଥିଲେ। ଏହି ସମୟରେ ୨ ଜଣ ଅଜଣା ଯୁବକ ଆ‌ସି ସୃଣ୍ଡିଙ୍କୁ ପୂର୍ବରୁ ଚିହ୍ନଥିବା ପରିଚୟ ଦେଇ କିଛି ବାଟ ନେଇ ଯାଇଥିଲେ। ଦୋକାନରୁ ଜିନିଷ କିଣି ସଂଗୀତ ଆସିବା ବେଳକୁ ସ୍ବାମୀ ସୃଣ୍ଡିଙ୍କୁ ପାଇ ନଥିଲେ। ପରେ, ବ୍ୟାଙ୍କଠାରୁ ୬ରୁ ୭ କିଲୋମିଟର ଦୂର ଆରାବାଲି ନିକଟରେ ସୃଣ୍ଡିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୃଣ୍ଡିଙ୍କର ସମ୍ପୂର୍ଣ୍ଣ ଚେତା ଫେରି ନଥିବାରୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସେ କିଛି ଅଧିକ କହିପାରୁନାହାନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର