ନାବାଳିକା ଦୁଷ୍କର୍ମକାରୀ ନାବାଳକଙ୍କୁ ୩ ବର୍ଷ ଦଣ୍ଡ

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ଜୁଭେନାଇଲ ଜଷ୍ଟିସ ବୋର୍ଡ ଗୁରୁବାର ଜଣେ ନାବାଳକଙ୍କୁ ୩ ବର୍ଷ ଦଣ୍ଡ ଶୁଣାଇଛନ୍ତି। ପୋକ୍ସୋ ଅଧିନିୟମ ୨୦୧୨ ଅନୁସାରେ ଜଜ ଅଭିଜିତ ପଲାଇ ୨୦୧୬ରେ ହୋଇଥିବା ଏହି ମାମାଲାର ବିଚାର କରି କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ନାବାକଳକୁ ୩ ବର୍ଷ ଦଣ୍ଡ ଶୁଣାଇଛନ୍ତି। ମାମଲାର ଶୁଣାଣି ପୂର୍ବରୁ ପଲାଇ ୭ଜଣ ସାକ୍ଷ୍ୟ ଗ୍ରହଣକୁ ପ୍ରମାଣିତ କରିଥିଲେ। ନାବାଳକକୁ ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହରେ ରଖାଯିବ।

ସମ୍ବନ୍ଧିତ ଖବର