କନ୍ଧମାଳ: ନାବାଳିକାକୁ ଅପହରଣ କରି ବିବାହ, ଅଭିଯୁକ୍ତ ଗିରଫ

କନ୍ଧମାଳ: ନାବାଳିକାକୁ ଅପହରଣ କରି ଜଣେ ଯୁବକ ବିବାହ କରିଥିବା ଅଭିଯୋଗ ହୋଇଛି। ଆଦିବାସୀ ଅଧ୍ୟ୍ୟୁଷିତ କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବରପଦା ଗାଁର ଆଦିତ୍ୟ ସାହାଣୀ ଗୋଚ୍ଛାପଡ଼ା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ପରେ ବିିବାହ କରିଛି। ଅଭିଯୋଗ ମିଳିବା ପରେ ପୁଲିସ ଆଦିତ୍ୟକୁ ଗିରଫ କରିଛି। ଏଥି ସହିତ ପୀଡିତା ଓ ଆଦିତ୍ୟଙ୍କର ଡାକ୍ତରୀ ମାଇନା ହୋଇଛି। ଆଦିତ୍ୟକୁ ସୋମବାର କୋର୍ଟ ଚାଲାଣ କରାଯିବ।

 

ସମ୍ବନ୍ଧିତ ଖବର