ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ

ଫୁଲବାଣୀ: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆଜି ମାଟ୍ରିକ ପରୀକ୍ଷା ଦେଇଥିବା ଜଣାଯାଇଛି। ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷାର୍ଥୀ ଭାବେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ବିଧାୟକ ଅଙ୍ଗଦ କହଁର ହାତରେ ଆଡମିଟ୍ କାର୍ଡ ଧରି ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । ସେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।
ଫୁଲବାଣୀର ବିଧାୟକ ଅଙ୍ଗଦ କହଁର୧୯୭୮ ମସିହାରେ ଫୁଲବାଣୀର ଏଜେଓ ଉଚ୍ଚ ବିଦ୍ୟାଳୟରେ ସେ ପାଠ ପଢୁଥିଲେ।ତାପରେ ସେ ପଢ଼ା ଛାଡ଼ି ଦେଇଥିଲେ।

ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଆଜି ଥିଲା ପ୍ରଥମ ଦିନ। ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଥିଲା। ସକାଳ ୭ଟା ୪୫ ମିନିଟରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଦିନ ୧୦ଟାରେ ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି।

ଆଜି ପରୀକ୍ଷାର ପ୍ରଥମ ଦିନ ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ ୭ଟାରେ ଖୋଲିଥିଲା। ନୂଆ ସୂଚୀ ଅନୁସାରେ ସବୁ ପରୀକ୍ଷା ପ୍ରଥମ ସିଟିଂରେ ଅର୍ଥାତ୍ ସକାଳ ୮ଟାରୁ ୧୦ଟା ମଧ୍ୟରେ କରାଯାଇଥିଲା। ପ୍ରଥମ ଦିନ ପରୀକ୍ଷା କେନ୍ଦ୍ର ସକାଳ ୭ଟାରେ ଖୋଲିଥିବା ବେଳେ ଓ ଦ୍ବିତୀୟ ଦିନଠୁ ସକାଳ ୭ଟା ୧୫ରୁ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା। ପିଲାଙ୍କୁ ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପୂର୍ବରୁ ଅର୍ଥାତ୍ ସକାଳ ୭ଟା ୪୫ମିନିଟ୍ରେ ପ୍ରଶ୍ନପତ୍ର ଦିଆଯାଇଥିଲା। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧(ଅବ୍ଜେକ୍ଟିଭ୍) ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨(ସବ୍ଜେକ୍ଟିଭ୍) ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର