ତୁମୁଡିବନ୍ଧ: ନିଜ ରକ୍ତକୁ ମଣିଷ ଚିହ୍ନି ପାରୁନାହିଁ। ସାମାନ୍ୟ ଭୁଲ ହୋଇଗଲେ ପରିସ୍ଥିତି ଅଣାୟତ୍ତ ହୋଇଯାଉଛି। ଏଭଳି ଏକ ଘଟଣା ଗୁରୁବାର ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଗାଁ ଦାଣ୍ଡ ପିଣ୍ଡିରେ ବସିଥିବା ଭାଇକୁ କୁରାଢ଼ୀରେ ହତ୍ୟା କରି ସାନ ଭାଇ ନିୟନ୍ତ୍ରଣ ହରାଇବା ପରେ ଶେଷରେ ଗଛକୁ ଚଢ଼ି ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଲଙ୍କାଗଡ଼ ପଞ୍ଚାୟତର ଉଦୟଗିରି ଗାଁରେ ଆଜି ଏଭଳି ଅଭାବନନୀୟ ଘଟଣା ଦେଖିବାକୁ ମିଳିଛି। ଟିକିଡି ବେଗ ଦଳାଇ ନିଦ ଦାଦା ପୁଅ ଭାଇ ଗୋବର୍ଦ୍ଧନକୁ କୁରାଢ଼ୀରେ ହାଣିଛି। କୁରାଢ଼ୀ ଚୋଟର ଶିକାର ହେବା ପୂର୍ବରୁ ଗୋବର୍ଦ୍ଧନ ଏକାକୀ ବସିଥିଲେ। ଘଟଣାାସ୍ଥଳକୁ ଟିକିଡି ଏକ କୁରାଢ଼ୀ ଧରି ପହଞ୍ଚି ଥିଲା। ଗୋବର୍ଦ୍ଧନ କିଛି ଭାବିବା ପୂର୍ବରୁ ଅଚାନକ ଏକ ଶକ୍ତ ଚୋଟ ମାରିଥିଲା। ଫଳରେ ଗୋବର୍ଦ୍ଧନ ଛଟପଟ ହୋଇ କିଛି ସମୟରେ ପ୍ରାଣ ହରାଇଥିଲା। ଗୋବର୍ଦ୍ଧନର ମୃତ୍ୟୁ ପରେ ଟିକିଡି ନିଜକୁ ସମ୍ଭାଳି ପାରି ନଥିଲା। କ’ଣ କରିବ ସେ ଜାଣି ପାରି ନଥିଲା। ଶେଷରେ ଜଙ୍ଗଲରେ ଏକ ଗଛକୁ ଚଢ଼ି ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା।
/sambad/media/post_attachments/wp-content/uploads/2018/07/suicide-in-hanging-300x188.jpg)
ଗାଁ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଟିକିଡିକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଜଙ୍ଗଲ ଘେରା ଛୋଟ ଗାଁର ଘଟଣା ସଂପର୍କରେ ପୁଲିସକୁ ବିଳମ୍ବରେ ସୂଚନା ମିଳିଥିଲା। ପୁଲିସ ୨ଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଗୋଟିଏ ପରିବାରରୁ ୨ଜଣଙ୍କର ମୃତ୍ୟୁ ପରେ ଉଦୟଗିରି ଗାଁ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଗାଁ ଲୋକଙ୍କ କହିବା ଅନୁସାରେ ଟିକିଡି ମାନସିକ ବିକୃତ ଯୁବକ ଥିଲା। ଫଳରେ ଆଜି ସେ ଅଚାନକ ବଡ଼ ଭାଇ ଗୋବର୍ଦ୍ଧନକୁ ହତ୍ୟା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
