ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିର କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୭୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ସୁପ୍ରିୟା ମହାନ୍ତି, ସମ୍ମାନିତ ଅତିଥି ଭାବେ ଗଣିତ ବିଭାଗର ଅଧ୍ୟାପିକା ଅନୀତା ପଟ୍ଟନାୟକ, ଶିକ୍ଷା ବିଭାଗର ଅଧ୍ୟାପକ ଅବେଦ ମଣ୍ଡଳ ଏବଂ ଅଧ୍ୟାପିକା ସରିତା ମିଶ୍ର ଯୋଗଦେଇଥିଲେ। ମହାବିଦ୍ୟାଳୟର ଜାତୀୟ ଶିକ୍ଷାର୍ଥୀ ବାହିନୀରେ ସାମିଲ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏହି ଦିବସକୁ ଉତ୍ସାହ ସହିତ ପାଳନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆଜିର ଦିବସ ବିଷୟରେ ସମ୍ମାନିତ ଅତିଥି ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା ଅଭିଭାଷଣ ରଖିଥିଲେ। ସୂଚନା ଥାଉ କି ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ନୂତନ ଭାବେ ପୁନର୍ବାର ଜାତୀୟ ଶିକ୍ଷାର୍ଥୀ ବାହିନୀ ଆରମ୍ଭ ହୋଇଥିବାରୁ ମହାବିଦ୍ୟାଳୟର ପ୍ରଶାସନିକ ସଦସ୍ୟ ପ୍ରଶଂସା କରିଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Naveen Targets Government: ରାଜ୍ୟର ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡ଼ିଛନ୍ତି: ନବୀନ
ଭବିଷ୍ୟତ ନିର୍ମାଣରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ
ସମର ଶିକ୍ଷାର୍ଥୀ ବାହିନୀରେ ଯୋଗ ଦେଉଥିବା ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ନିଜର ଭବିଷ୍ୟତ ପାଇଁ ବେଶ୍ ଉପଯୋଗୀ ହେଉଥିବା ବେଳେ ସେମାନେ ତାଙ୍କର ଭବିଷ୍ୟତ ନିର୍ମାଣରେ ଏହା ସହାୟତା କରୁଥିବା ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଧୈର୍ଯ୍ୟ ହାରା ଏବଂ ଲକ୍ଷ୍ୟ ବିହୀନ ଶିକ୍ଷା କ୍ଷେତ୍ରରେ ଏହା ହିଁ ଏକ ମାତ୍ର ସୁଯୋଗ ଯାହାକି ଦେଶ ସେବା ତଥା ସମାଜ ସେବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ ନିଜର ଭବିଷ୍ୟତ ଗଠନରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସହାୟ ହେବ ବୋଲି ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ୟାସ୍ମିନ ପ୍ରଧାନ ପରିଚାଳନା କରିଥିବାବେଳେ ଛାତ୍ରୀ ଆଞ୍ଜେଲିକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଆହୁରି ପଢ଼ନ୍ତୁ: Ind Vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍, କେଏଲ୍ ରାହୁଲ ଅଧିନାୟକ, ଫେରିଲେ ଜାଡ଼େଜା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/23/g-udayagiri-2025-11-23-19-21-30.jpg)