ବାଲିଗୁଡ଼ା: ବିଳମ୍ବିତ ରାତିରେ ବାଲିଗୁଡ଼ା ଆଣ୍ଟ ସାହିରେ ଘଟିଛି ଏକ ଅଘଟଣ। ଜମିଜମା ବିବାଦକୁ ନେଇ ମାମୁକୁ ହାଣିଲା ଭଣଜା। ଏଣେ ମାମୁଙ୍କ ପକ୍ଷରୁ ପ୍ରତିଆକ୍ରମଣରେ ମଧ୍ୟ ଭଣଜା ସମେତ ମାମୁର ଦୁଇ ପୁଅ ଓ ଭଣଜାର ସ୍ତ୍ରୀ ଓ ପିଲାଙ୍କ ସମେତ ୭ଜଣ ମଧ୍ୟ ଆକ୍ରମଣ ଶିକାର ହୋଇଛନ୍ତି।
ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ପରେ ମାମୁ ଆଲାଉଦ୍ଦିନ (୬୫)ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବ୍ରହ୍ମପୁର ଓ ଫୁଲବାଣୀ ପଠାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fdd4b3a9-9e79-48b3-a844-e921af15b780.jpeg)