କନ୍ଧମାଳ: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ, ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟରେ ଚାପା ଉତ୍ତେଜନା

ବାଲିଗୁଡ଼ା: ନବଜାତ ଶିଶୁପୁତ୍ରର ମୁତ୍ୟୁକୁ ନେଇ ମଙ୍ଗଳବାର କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଛି। ଜନ୍ମ ହେବାର ୨୪ ଘଣ୍ଟା ପରେ କୌଣସି ଡାକ୍ତର ମା ଓ ଶିଶୁକୁ ଦେଖିନଥିବା ଅଭିଯୋଗ  ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ କଳାହାଣ୍ଡି ଜିଲ୍ଲା ରାମପୁରର ଲୋଚନ ପାତ୍ରଙ୍କ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁସାରେ କଳାହାଣ୍ଡି ଜିଲ୍ଲାର ରାମପୁର ଗାଁର ଲୋଚନ ପାତ୍ରଙ୍କ ସ୍ତ୍ରୀ ମାଧୁରୀଙ୍କ ପେଟ ଯନ୍ତ୍ରଣା ହେବାରୁ ସୋମବାର ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ମାଧୁରୀ ରାତିରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମପରେ ଉଭୟ ଶିଶୁ ଏବଂ ମା’ ସୁସ୍ଥ ଥିଲେ କିନ୍ତୁ ଶିଶୁର ଦେହରେ ତାତି ବଢ଼ିବାରୁ ପରିବାର ଲୋକେ ଡାକ୍ତରଙ୍କୁ ବାରମ୍ବାର ଡାକିଥିଲେ ମଧ୍ୟ ଡାକ୍ତର ଶୁଣି ନଥିଲେ। ଆଜି ସନ୍ଧ୍ୟାରେ ଶିଶୁର ମୃତ୍ୟୁ ହେବା ପରେ ମା’ ବି ଚେତାଶୂନ୍ୟ ହୋଇପଡ଼ିଛି।

 

 

ସମ୍ବନ୍ଧିତ ଖବର