ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ସବୁଠାରୁ ଲମ୍ବା ଘାଟି ହେଉଛି ‘କଳିଙ୍ଗା ଘାଟି’। ଏହାର ଲମ୍ବ ୧୦କିମି। ଅତୀତରେ ଯାହା ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ହାତରେ ଥିଲା, ତାହା ଏବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଜ ହାତକୁ ନେଇ ରାଞ୍ଚି ବିଜୟବାଡ଼ା କରିଡରରେ ସାମିଲ କରିଛନ୍ତି। ଏହି ରାସ୍ତା ୧୫୭ ନମ୍ବର ଜାତୀୟ ରାଜପଥ ମାନ୍ୟତା ପାଇଥିଲେ ମଦ୍ୟ ଏହାର ରକ୍ଷଣାବେକ୍ଷଣ ସଠିକ୍ ଭାବେ ହୋଇପାରୁ ନଥିବା ଅଭିଯୋଗ ହେଉଛି।
୧୦କିମି ଘାଟି ରାସ୍ତା ଗୋଟିଏ ପଟେ ସୁଉଚ୍ଚ ପାହାଡ଼ ପର୍ବତ ବଡ଼ବଡ଼ ଗଛ ଜଙ୍ଗଲ ଅନ୍ୟ ପଟେ ଗାତ। ପ୍ରତ୍ୟକ ବର୍ଷ ଘାଟିର ମରାମତି, ଡ୍ରେନ ସଫା ସୁରକ୍ଷା ପାଚରିରେ କଲର ମାରିବା ରାସ୍ତାପାର୍ଶ୍ଵର ଲତାବୁଦା ସଫା କରିବା କାର୍ଯ୍ୟ ଦୀର୍ଘ ବର୍ଷ ହେଲା ହୋଇନଥିବା ବେଳେ କିଛି ସ୍ଥାନରେ ବେଳେବେଳେ ପଥର ଖସିବା ହେଉ କି ମାଟି ଅତଡ଼ା ଖସିବା ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଏହାର ମରାମତି ବି କରାଯାଉନଥିବା ଯୋଗୁଁ ଭୁସ୍ଖଳନ ଦିନକୁ ଦିନ ବୃଦ୍ଧି ପାଉଛି।
କଳିଙ୍ଗା ଘାଟିରେ ଭୁସ୍ଖଳନ ଯୋଗୁଁ ୩୦ମିଟର ରାସ୍ତା ଧୋଇ ହୋଇଗଲା। ଫଳରେ ଗଞ୍ଜାମକନ୍ଧମାଳଜିଲ୍ଲା ଯୋଗାଯୋଗ ସମ୍ପୂର୍ଣ୍ଣ ଠପ ହୋଇଯିବାର ୧୫ଦିନ ବିତିଗଲା। ସେଇ ରାସ୍ତା ନିର୍ମାଣ ଚାଲିଛି ହେଲେ ବିକଳ୍ପ ରାସ୍ତା ଥିଲେ ମଧ୍ୟ ସେଥିପ୍ରତି କାହାର ନଜର ଯେମିତି ନାହିଁ।କଳିଙ୍ଗା ଘାଟିରେ ଏକ ସ୍ଥାନରେ ଭାଲିଆପଟାକୁ ରାସ୍ତା ଲିଖିତ ଏକ ସାଇନ ବୋର୍ଡ ଲାଗିଛି। ସେଇ ରାସ୍ତା ଦେଇ ଦୁର୍ଗାପ୍ରସାଦକୁ ରାସ୍ତା ଅଛି।
କଳିଙ୍ଗା ଠାରୁ ଦୁର୍ଗାପ୍ରସାଦ ୧୦କିମି ଦୂରତା ହୋଇଥିବା ବେଳେ ଭାଲିଆପଟା ରାସ୍ତାରେ ଗଲେ ମଧ୍ୟ ସେଇ ଗୋଟିଏ ଦୂରତା ପଡ଼ିବ। ଏହି ରାସ୍ତାଟି ବନବିଭାଗର ରାସ୍ତା। ଏହି ରାସ୍ତା ବିଷୟରେ ସ୍ଥାନୀୟ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଘାଟିରେ ଭୁସ୍ଖଳନ ସ୍ଥଳ ବୁଲିଆସିଥିବା ବେଳେ ଏହି ଭାଳିଆପଟା ରାସ୍ତା ବିକଳ୍ପ ରାସ୍ତା ଭାବେ ନିର୍ମାଣ କରି ଯାନବାହନ ଚଳାଚଳ କରିବାକୁ ଦାବି କରିଥିଲେ।
ଏହି ରାସ୍ତାରେ କୌଣସି ଘାଟି ପଡେନି। ଆଗକୁ କଳିଙ୍ଗା ଘାଟିରେ ଏହିଭଳି ଭୁସ୍ଖଳନ ଲାଗିରହିବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ଦିନକୁ ଦିନ ଘାଟିରେ ଥିବା ପାହାଡ଼ ପର୍ବତରେ ଗଛ ନଷ୍ଟ ହେବା ସହ ମାଟି ହାଲୁକା ହେବାରେ ଲାଗିଛି ଗୋଟିଏ ଭୁସ୍ଖଳନ ହେଲେ ତାର ପ୍ରଭାବ ଆଖପାଖ ସ୍ଥାନ ଉପରେ ପଡ଼ିଥାଏ ଏବଂ ଭୁସ୍ଖଳନ ବ୍ୟାପିବାରେ ଲାଗେ। ବର୍ତ୍ତମାନ ଭୁସ୍ଖଳନ ଘଟିଥିବା ସ୍ଥାନରେ ଦୁଇଦୁଇ ଥର ଭୁସ୍ଖଳନ ଘଟିଲାଣି ବର୍ତମାନ ପାହାଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବଡ଼ବଡ଼ ପଥର ଝୁଲି ରହିଛି ସେମିତି ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ ଚାଲୁଥିବା ବେଳେ ପଥର ତଳକୁ ଖସିଲେ ପୁଣି ରାସ୍ତା ନଷ୍ଟ ହେବା ସମ୍ଭାବନା ଥିବା ସତ୍ତ୍ୱେ ସରକାରୀ ଅର୍ଥ ବ୍ୟୟ କରି ରାସ୍ତା ନିର୍ମାଣ ଚାଲିଛି ସେଇ ଅର୍ଥରେ ବିକଳ୍ପ ରାସ୍ତା ନିର୍ମାଣ ଭୁଲି ଯାଇଛନ୍ତି ରାଜ୍ୟ ସରକାର। କଳିଙ୍ଗା ଘାଟିରୁ ଭାଳିଆପଟା ରାସ୍ତା ତୁରନ୍ତ ନିର୍ମାଣ କରୁବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Kandhamal | Kalinga ghati