ଘୁ.ଉଦୟଗିରି:କନ୍ଧମାଳଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ଗୁନ୍ଦରଗାଁ ଗ୍ରାମର ରଙ୍ଗୁ ପ୍ରଧାନ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ବ୍ଲକ କାର୍ଯ୍ଯାଳୟଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ିବା ସତ୍ତ୍ୱେ ତାଙ୍କୁ ବର୍ଦ୍ଧିତ ଭତ୍ତା ମିଳିପାରିନି। ସରକାର ବର୍ଦ୍ଧିତ ଭତ୍ତା ପାଇଁ ଧାର୍ଯ୍ୟ ବୟସ ସୀମା ୮୦ କରିଥିବା ବେଳେ କ ନୂଆଗାଁ ବ୍ଲକର ବହୁ ହିତାଧିକାରୀ ଏହି ବୟସ ସୀମା ଟପି ଯାଇଥିଲେ ମଧ୍ୟ ଏଯାଏ ସେମାନଙ୍କୁ ଭତ୍ତା ମିଳିପାରି ନାହିଁ।
କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ଗୁନ୍ଦରଗାଁ ଗ୍ରାମର ରଙ୍ଗୁ ପ୍ରଧାନ ଛ ମାସ ହେବ ଭତ୍ତା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଅଦ୍ୟାବଧି ସେ ହିତାଧିକାରୀ ସୂଚୀରେ ସାମିଲ ହୋଇନାହାନ୍ତି। ଭତ୍ତା ଟଙ୍କା ପାଇବା ସକାଶେ ସେ ବାରମ୍ବାର ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ଏଥିରେ ତାଙ୍କୁ ଏଯାଏ ସଫଳତା ମିଳିପାରି ନାହିଁ। ଛଅ ମାସ ତଳୁ ହିତାଧିକାରୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ କେଉଁ କାରଣ ପାଇଁ ରଙ୍ଗୁ ପ୍ରଧାନଙ୍କୁ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଭତ୍ତାରୁ ବ୍ଲକ ପ୍ରଶାସନ ବଞ୍ଚିତ ରଖିଛନ୍ତି ତାହା ଏବେ ପ୍ରଶ୍ନବାଚୀ। ତାହା ବୁଝା ପଡ଼ୁନାହିଁ ଯେ କାହିଁକି ସେ ପଞ୍ଚାୟତ ତଥା ପଞ୍ଚାୟତ ସମିତିରେ ବହୁବାର ଦରଖାସ୍ତ କରିଥିଲେ ମଧ୍ୟ ନିରାଶ ହୋଇ ପଡ଼ିଛନ୍ତି। ସେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ସ୍ତରରେ ଦରଖାସ୍ତ କରିଥିଲେ। ତାଙ୍କୁ କେଉଁ କାରଣରୁ ବର୍ଦ୍ଧିତ ଭତ୍ତା ଦିଆଯାଉନଥିବା ପ୍ରଶ୍ନ କରି ନିଜେ ରଙ୍ଗୁ ପ୍ରଧାନ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରଙ୍ଗୁ ପ୍ରଧାନଙ୍କୁ ବର୍ଦ୍ଧିତ ଭତ୍ତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବା ସକାଶେ ସ୍ତାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/11/new-project-38-2025-08-11-19-59-46.jpg)