ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ ନଳିନୀ କୁମାର ପାଣିଗ୍ରାହୀ ଯୋଗଦେଇ ଜାତୀୟ ସେବା ଯୋଜନାରେ ନିଷ୍ଠାପର କାର୍ଯ୍ୟକରିବାକୁ ସ୍ବେଛାସେବୀମାନଙ୍କୁ ଆହ୍ୱାନ ଦେଇଥିବାବେଳେ ଉପଦେଷ୍ଟା ମଣ୍ଡଳୀର ଅନ୍ୟତମ ସଦସ୍ୟ ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ ଜାତୀୟ ସେବା ଯୋଜନାର ମହତ୍ତ୍ୱ ସମ୍ପର୍କରେ ଅବିଭାଷଣ ଦେଇଥିଲେ।
ବରିଷ୍ଠ ଅଧ୍ୟାପିକା ସୁପ୍ରିୟା ମହାନ୍ତି ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଗିରିଶ କୁମାର ମୁଠାମାଝି ଓ କାର୍ଯ୍ୟକ୍ରମର ସଫଳତା ପାଇଁ ଜାତୀୟ ସେବା ଯୋଜନାର ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ ରାଜେଶ ବାଗ୍ ତଥା ଅଧ୍ୟାପକ ଆବେଦ ମଣ୍ଡଳ ଅଂଶଗ୍ରହଣ କରିବା ସହିତ ଛାତ୍ରଛାତ୍ରୀ ତଥା କର୍ମଚାରୀ ଗଣ ଉପସ୍ଥିତ ଥିଲେ।
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/24/1002649526-2025-09-24-17-56-51.jpg)