କରୋନାକୁ ହରାଇଲେ କନ୍ଧମାଳର ୮୦ ବର୍ଷୀୟ ଗୋପୀନାଥ

ଭୁବନେଶ୍ବର : କରୋନା ମହାମାରୀ କବଳରେ ସାରା ଦେଶ ପଡ଼ିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଲୋକମାନେ । କିନ୍ତୁ କନ୍ଧମାଳ ଜିଲ୍ଲାର ଜଣେ ଅଶୀ ବର୍ଷ ବୟସ୍କ ବୃଦ୍ଧ କରୋନାକୁ ହରାଇଦେଇଛନ୍ତି । ସେ ହେଉଛନ୍ତି ରାଇକିଆ ବ୍ଲକ ତଳ ଇନ୍ଦ୍ରାଗଡ଼ାର ଗୋପୀନାଥ ଡାକୁଆ । ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଯାଇଛନ୍ତି । ଏ ସଂପର୍କରେ କନ୍ଧମାଳ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।

ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ଗତ ଜୁନ ୨୮ରେ ତାଙ୍କୁ ରାଇକିଆ ସ୍ଥିତ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ବାବ ପରୀକ୍ଷା ହେବା ପରେ ସେ କରୋନା ପଜିଟିଭ ବୋଲି ଜଣାପଡିଥିଲା । ଏହାପରେ ଗତ ୪ ତାରିଖରେ ତାଙ୍କୁ ଫୁଲବାଣୀସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେବା ପରେ ଜୁଲାଇ ୧୩ରେ ସେ ସୁସ୍ଥ ହୋଇ ହସପିଟାଲରୁ ଛାଡ଼ ପାଇଛନ୍ତି ।

ସମ୍ବନ୍ଧିତ ଖବର