ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ପ୍ରବାସୀ ଓଡ଼ିଆ ବୃଦ୍ଧଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ମୃତ୍ୟୁ ହୋଇଛି । ଚାରି ପାଞ୍ଚଦିନ ଅସୁସ୍ଥ ଅନୁଭବ କରୁଥିବା ବେଳେ ବୁଧବାର ଦିନ ସନ୍ଧ୍ୟା ସମୟରେ ହଠାତ୍ ଅଧିକ ଅସୁସ୍ଥ ହୋଇଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି, ଯାହାକୁ ନେଇ ସଙ୍ଗରୋଧ କେନ୍ଦ୍ର ବାହାରେ ପରିବାର ଲୋକ ପଂହଁଚି ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ ।

Advertisment

ବୃଦ୍ଧଙ୍କ ସ୍ୱାବ ନେଗେଟିଭ ଆସିଥିବା ଜିଲ୍ଲା ଚିକିତ୍ସା ଅଧିକାରୀ ଜଣାଇଥିବା ବେଳେ ତାଙ୍କ ମୃତଦେହକୁ କିଭଳି ତାଙ୍କ ଘରେ ପଂହଁଚିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । କିନ୍ତୁ ଏବେ ବି ମୃତ୍ୟୁ ବୃଦ୍ଧଙ୍କ ପୁଅ, ବୋହୁ ଓ ନାତି ନାତୁଣୀସଙ୍ଗରୋଧ କେନ୍ଦ୍ରରେ ରହିଥିବାରୁ ସମସ୍ୟା ସୃଷ୍ଟି ହୋଇଛି। କିଭଳି ବୃଦ୍ଧଙ୍କ ଅନ୍ତିମ ସଂସ୍କାର କରାଯିବ। ଏହି ଘଟଣା ଆଜି ମଧ୍ୟାନ୍ନ ପରେ ଜଣାପଡିଛି। ଏଣୁ ଲକଡାଉନ ଯୋଗୁଁ ଲୋକ ଏବେ ବି ଜମା ନ ହେବା ପାଇଁ ସରକାରଙ୍କ ପକ୍ଷରୁ ସେ ଅଞ୍ଚଳ ରେ୧୪୪ ଲଗାଇ ଦିଆଯାଇଛି ଘଟଣାରୁ ପ୍ରକାଶ ଯେ ୫ ଦିନ ହେବ ବୃଦ୍ଧ ଜଣକ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ପରିବାର ଲୋକ ଓ କେନ୍ଦ୍ର ମଧ୍ୟରେ ଚାପା ଉତ୍ତେଜନା ହେବା ପରେ ତାକୁ କୋଭିଡ -୧୯ଆମ୍ବୁଲାନ୍ସରେ ପ୍ରଥମେ ତୁମୁଡିବନ୍ଧ ପରେ ଫୁଲବାଣୀ ନିଆ ଯାଇଥିଲା କିନ୍ତୁ ସଙ୍ଗରୋଧ କେନ୍ଦ୍ରର ଘଟଣା ହୋଇଥିବାରୁ ଭୁବନେଶ୍ୱର କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।