ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚାୟତର ପାଜିମାହା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମକୁ ରାସ୍ତା ନଥିବାରୁ ଜଣେ ବୃଦ୍ଧା ମାଆଙ୍କୁ ଲୋକେ ହସ୍‌ପିଟାଲ ନେବା ପାଇଁ ଟେକି ଟେକି ଆଣୁଛନ୍ତି। ସେମାନେ ଦୀର୍ଘ ଦୁଇ କିଲୋମିଟର ଆଣି ଏକ ଗାଡ଼ିରେ ମେଡିକାଲ ନେଇଛନ୍ତି।

Advertisment

ବହୁବାର ଦାବି ସତ୍ବେ ରାସ୍ତା ହୋଇ ପାରିନାହିଁ। ଯାଦ୍ୱାରା ୭୦ ବର୍ଷୀୟା ସୋମାବତି ପ୍ରଧାନଙ୍କୁ ପରିବାର ଲୋକେ ଟେକିଟେକି ନେଉଛନ୍ତି। ହାଲିଆ ଲାଗିଲେ ଏକ ପ୍ଲାଷ୍ଟିକ ଚେୟାର ପକାଇ ରଖୁଛନ୍ତି। ଏଭଳି ଚିତ୍ର ସୁଚାଇ ଦେଉଛି ଯେ ସ୍ଵାଧୀନତାର ବହୁ ବର୍ଷ ପରେ ମଧ୍ୟ ଲୋକମାନେ କି ଭଳି ଅବସ୍ଥାରେ ରହିଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ପରିବାର ଲୋକେ।

ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ୧୦୮ ଯାଉ ନଥିବାରୁ ଆଜି ଏ ଭଳି ଦୟନୀୟ ଅବସ୍ଥାରେ ଦେଖିବାକୁ ମିଳିଛି। ପାଜିମାହା ଗ୍ରାମଟି ଘୁ.ଉଦୟଗିରି ଏନଏସି ର ୧ନଂ ୱାର୍ଡ କୁ ଲାଗି ରହିଛି। ଦ୍ୱୀପ ତଳ ଅନ୍ଧାର ଭଳି ଏହି ଗାଁ ରହିଛି। ପାଜିମାହାକୁ ଦେଖିଲ ଆମେ କେତେ ବିକାଶ କରିଛୁ ଏଥିରୁ ଅନୁମାନ କରିହେବ। ଆଜିବି ସହର ତଳି ଅଞ୍ଚଳବାସୀ ଙ୍କ ପାଇଁ ରାସ୍ତା ଯନ୍ତ୍ରଣା ଦେଖିଲେ ସରକାରଙ୍କ ବିକାଶ ପ୍ରଚାର ପ୍ରସାର ଫିୟୁଜ ହେଲା ଭଳି ମନେ ହେଉଛି।

Kandhamal