ବାରବା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଜଣେ ଗିରଫ

ଘୁ.ଉଦୟଗିରି: ଜଙ୍ଗଲ ନିଆଁକୁ ନେଇ ସାରା ଓଡ଼ିଶା ତ୍ରାହିତ୍ରାହି ଡାକୁଥିବା ବେଳେ ରାଜନୀତି ଜୋର ଧରି ଶାସକ ଦଳକୁ ଘାଇଲା କରୁଥିବା ବେଳେ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ଏବଂ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ମଧ୍ୟ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି। ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବନବିଭାଗ।

ରାଇକିଆ ବ୍ଲକ ଅନ୍ତର୍ଗତ ବାରବା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ରେଞ୍ଜର ଦିବ୍ୟରଞ୍ଜନ ସାହୁଙ୍କ ନେତୃତ୍ୱରେ ଫରେଷ୍ଟର ଅଜିତ କୁମାର ପ୍ରଧାନ, ଗାର୍ଡ ରାଜେନ୍ଦ୍ର କଁହର ଜଙ୍ଗଲରେ ଚଢ଼ାଉ କରି ନିଆଁ ଲଗାଉଥିବା କରଡ଼ା ରେଞ୍ଜର କନାଡୀ ଗ୍ରାମର ସୁଦାମ ପ୍ରଧାନ(୫୮)କୁ ଗିରଫ କରିଥିବା ସୂଚନା ମିଳୁଛି। କରଡ଼ା ରେଞ୍ଜ କେସ ନଂ ୧୦୧/୨୧ ଜଙ୍ଗଲ ଆଇନ ୧୯୭୨ଧାରା ୨୭(୩)(କ) ଧାରାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର