ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଖଜୁରିପଡ଼ାରୁ ଏସଟିଏଫ୍ କଲରାପତରିଆ ବାଘଛାଲ ଜବତ କରିଛି। ଏହାସହ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି।
ନିର୍ଭରଯୋଗ୍ୟ ସୂଚନା ଆଧାରରେ ଏସଟିଏଫର ଏକ ଟିମ୍ ଖଜୁରିପଡ଼ାରେ ଚଢ଼ଉ କରିଥିଲେ। ସେଠାରେ ଦୁଇଜଣ ବ୍ୟବସାୟୀ ଏକ ବାଘଛାଲ ବିକ୍ରି କରିବାର ମସୁଧା କରୁଥିଲେ। ଏହି ଦୁଇଜଣ ହେଲେ ସୁଜିତ ରାଜାସ୍ବଦୀପ ଓ ଧନଞ୍ଜୟ ବେହେରା। ଉଭୟଙ୍କୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ ବୋଲି ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ବାଘଛାଲକୁ ଡେରାଡୁନ୍ ସ୍ଥିତ ଡବ୍ଲୁଆଇଆଇ ନିର୍ଦେଶକଙ୍କ କାର୍ଯ୍ୟାଳୟକୁ ପଠାଯିବ। ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ୍।
ଖଜୁରିପଡ଼ାରୁ କଲରାପତରିଆ ବାଘଛାଲ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2023/04/f54cf87a-ab28-4633-92ab-7f37d7da9495.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)