ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥୁବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଛନ୍ତି। ମୃତକ ହେଲେ ଦାରିଙ୍ଗବାଡ଼ି ପଞ୍ଚାୟତର ଗୋବିନ୍ଦ ସାହୁ ଓ ନିଖୋଜ ବ୍ୟକ୍ତି ହେଲେ ସିମନବାଡ଼ି ଅଞ୍ଚଳର ସୁଧାକର ଚୌଧୁରୀ ବୋଲି ଜଣାପଡ଼ିଛ। ସୁଧାକରଙ୍କ ସାନ ପୁଅ ତାଙ୍କ ବାପା ନିଖୋଜ ନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି। ରାମ ମନ୍ଦିରକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଉକ୍ତ ଅଞ୍ଚଳରୁ ୭ଟି ବସରେ ପ୍ରାୟ ୪୨୦ ଜଣ ଯାତ୍ରୀ ଗତ ୨ ତାରିଖ ବିଳମ୍ବିତ ରାତିରେ ଅଯୋଧ୍ୟା ଅଭିମୁଖେ ବାହାରିଥିଲେ। ଏଥି ପାଇଁ ସେମାନଙ୍କୁ ଜଣଙ୍କ ପିଛା ୩ ହଜାର ଟଙ୍କା ପୈଠ କରିବାକୁ ପଡ଼ିଥ୍ଲା ଓ ରେଜିଷ୍ଟ୍ରେସନ ପାଇଁ ୧ଶହ ଟଙ୍କା ଖର୍ଚ୍ଚ କରିଥିଲେ। ସମସ୍ତଙ୍କୁ ଉକ୍ତ ଟଙ୍କାରେ ଜଳଖୂଆ ସମେତ ଦୁଇଓଳି ଖାଇବା ପାଇଁ ରନ୍ଧା ଖାଦ୍ୟ ଦିଆଯିବ ବୋଲି କୂହାଯାଇଥିଲା । ତେବେ ଏଥୁରେ ବ୍ୟତିକ୍ରମ ହୋଇଥୁଲା। ଫେରିବା ବେଳେ ସୁଧାକର ଚୌଧୀରୀ ଅଯୋଧ୍ୟାରେ ନିଖୋଜ
ହୋଇଥିବା ବେଳେ ମଙ୍ଗଳବାର ଭଦ୍ରକରେ ବସଗୁଡ଼ିକ ପହଞ୍ଚିବା ସମୟରେ ଗୋବିନ୍ଦଙ୍କ ଅବସ୍ଥା ଗୁରୁତର ହୋଇଯାଇଥୁଲା । ତାଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କଟକ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋବନ୍ଦଙ୍କ ମୃତ୍ୟୁ ହୋଇଛି। ଯାତ୍ରୀଙ୍କୁ ନେଇଥିବା ବିଶ୍ବ ହିଦୁ ପରିଷଦର କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥୁବା ମନୋଜ ଆଚାର୍ଯ୍ୟ ନିଜର ଦାୟିତ୍ବ ତୁଲାଇବାରେ ଅସମର୍ଥ ହୋଇଥବା ଅଭିଯୋଗ ହୋଇଛି। ଏ ନେଇ ମନୋଜଙ୍କୁ ପଚାରିବାରୁ କୌଣସି ଅବ୍ୟବସ୍ଥା ହୋଇନଥୁବା ସେ କହଛନ୍ତି। ତେବେ ଅନ୍ୟ ସମସ୍ତେ ସୁରକ୍ଷିତରେ ଫେରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fad4bed5-626f-4bbc-85c6-f86576fbe13f.jpeg)