ପ୍ରାଇସ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ଦାବିରେ ଫୁଲବାଣୀ-ବ୍ରହ୍ମପୁର ରାସ୍ତା ଅବରୋଧ

ଫୁଲବାଣୀ: ପ୍ରାଇସ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ଦାବିରେ ମଙ୍ଗଳବାର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଫୁଲବାଣୀ-ବ୍ରହ୍ମପୁର ରାସ୍ତା ଅବରୋଧ କରାଯାଇଛି। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ୮ ବର୍ଷ ଧରି ଚାଷୀମାନଙ୍କ ପାଇଁ ଅହିଂସା ମାଧ୍ୟମରେ ସରକାରଙ୍କ ପାଖରେ ଚାଷୀଙ୍କର ଗୁରୁତ୍ୱପୂର୍ଣ୍ଣ ଦାବି କରି ଆସୁଅଛି। ଚାଷୀ ଅମଳ କରୁଥିବା ଦ୍ରବ୍ୟର ଉଚିତ ମୂଲ୍ୟ, ଚାଷୀଙ୍କୁ ସରକ୍ଷା ଭତ୍ତା, ପ୍ରତି ଚାଷୀ ପରିବାରର ୨୦ ବର୍ଷ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ ୫୦୦୦ ଟଙ୍କା ହିସାବରେ ୩୬ ଲକ୍ଷ ଚାଷୀଙ୍କୁ ୨୧ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ବରାଦ ଓ ଚାଷୀଙ୍କୁ ସମ୍ମାନ ଦାବିରେ ଫେବ୍ରୁଆରି ୬ରେ ଭୁବନେଶ୍ୱର ପିଏମ୍‌ଜି ଛକରେ ଆମର ମୌଳିକ ଅଧିକାର ଉଡେଇ ନେଇଛନ୍ତି।

ଆମର ବିଭିନ୍ନ ଦାବିକୁ ସ୍ୱର ଉତ୍ତୋଳନ କରାଇ ଦେଇ ନାହାନ୍ତି ଏବଂ ଅଗଣତାନ୍ତ୍ରିକ ଭାବରେ ଆମକୁ ନିର୍ଯ୍ୟାତନା ଦେଇ ଆନ୍ଦୋଳନ ବନ୍ଦ କରିଛନ୍ତି। ଦେଶରେ ବା ରାଜ୍ୟରେ ବିଭିନ୍ନ ସଂଗଠନ ସଭାସମିତି ଦ୍ୱାରା ଆନ୍ଦୋଳନକୁ ସରକାର ସାହାଯ୍ୟ କରୁଛନ୍ତି ଏବଂ ବିଭିନ୍ନ ରାଜନୈତିକ ସଭା ସମିତି ଆନ୍ଦୋଳନ କରୁଛନ୍ତି, ତାକୁ ମଧ୍ୟ ସାହାଯ୍ୟ କରୁଛନ୍ତି କିନ୍ତୁ ଏ ସରକାର ଚାଷୀଙ୍କୁ ସମ୍ମାନ କରୁ ନାହାନ୍ତି ବୋଲି ସଂଗଠନ ଦୃଢ଼ ନିନ୍ଦା କରୁଛି।

ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କମିଟି ସଦସ୍ୟ ସନ୍ତୋଷ ପାତ୍ର, ଉପଦେଷ୍ଟା ଅଶୋକ କୁମାର ପରିଡାଙ୍କ ସମେତ ବିଶ୍ୱାମିତ୍ର ଦିଗାଲ, ସୁଦ୍ର କହଁର, ବିରୁପାକ୍ଷ କହଁର, ଜଳନ୍ଧର ପରିଡ଼ାଙ୍କ ସମେତ ଅଟଳ ପ୍ରଧାନ, ବିବସ ପ୍ରଧାନ, ଜନକ ପ୍ରଧାନ, ଶିବରାମ ପ୍ରଧାନ ଆଦି ଶତାଧିକ କର୍ମୀ ରାସ୍ତା ଅବରୋଧରେ କାମରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର