ଫୁଲବାଣୀ: କ୍ୱାର୍ଟର୍ସରେ ପଶି ପିଡବ୍ଲୁଡି ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କଲେ ଠିକାଦାର

ଫୁଲବାଣୀ: ଶନିବାର ରାତିରେ ଫୁଲବାଣୀ ପୂର୍ତ୍ତ ବିଭାଗ ଡିଭିଜନ୍‌ର ସହକାରୀ ଯନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସରେ ପଶି ୧୦ ଜଣ ବ୍ୟକ୍ତି ମାରଧର କରିଛନ୍ତି।

ଠିକାଦାରୀ କାମ ସମ୍ବନ୍ଧୀୟ ବିବାଦ ଯୋଗୁଁ ଏ ଭଳି ଆକ୍ରମଣ କରାଯାଇଥିବା କଥା ସହକାରୀ ଯନ୍ତ୍ରୀ ସରୋଜ କୁମାର ପାଢ଼ୀ ଫୁଲବାଣୀ ଟାଉନ୍‌ ଥାନାରେ ଦେଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି।

ଗତ ରାତିରେ ସେ ୧୦ ବ୍ୟକ୍ତି ତାଙ୍କ କ୍ୱାର୍ଟର୍ସରେ ପଶି ମଦ ପିଇବା ପରେ ତାଙ୍କୁ ମାଡ଼ ମାରିବା ସହ ଘରର ଆସବାବ୍‌ପତ୍ର, ଟେଲିଭିଜନ୍‌, ଲ୍ୟାପ୍‌ଟପ୍‌ ଏବଂ ଅନ୍ୟାନ୍ୟ ଜିନିଷ ଆଦି ଭାଙ୍ଗି ପକାଇଛନ୍ତି। ତାଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା ମଧ୍ୟ ଛଡ଼ାଇ ନେଇଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର