ପାତିଆମ୍ବା ମାଓ ଘଟଣା: ୮ ଗ୍ରାମବାସୀଙ୍କୁ ଉଠାଇ ଆଣିଲା ପୁଲିସ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସୁଡ଼ରୁକୁମ୍ପା ପାଟିଆମ୍ବା ନିକଟରେ ଜାନୁଆରି ୬ ବିଳମ୍ବିତ ରାତି ମାଓବାଦୀମାନେ ଆସି ରାସ୍ତା କାମରେ ଥିବା ଠିକା କ୍ୟାମ୍ପ ଉପରେ ଆକ୍ରମଣ କରିବା ସହ ରାତ୍ରି ଜଗୁଆଳି ରବୀନ୍ଦ୍ର ମାଲିକକୁ ହତ୍ୟା କରିବା ସହ ୫ ଟି ଗାଡି ପୋଡି ଦେଇଥିଲେ। ସେହି ମାମଲାରେ ଦୁଇଟି ଗ୍ରାମରୁ ସିମାଞ୍ଚଳ ବେହେରା, ବଳରାମ ବେହେରା, କମ୍ବୁପାଣି ବେହେରା, ପ୍ରଫୁଲ ନାୟକ, ବାଇଧର ମଲିକ, ପ୍ରଶାନ୍ତ ଘଟାଲ, ଅଗସ୍ତି ଘଟାଲ ଓ ବାବୁ ବେହେରା ୮ ଜଣକୁ ପୁଲିସ ଘରୁ ଉଠାଇ ଆଣି ଉକ୍ତ ଘଟଣାରେ ପଚରା ଉଚାର କରୁଛି।

ମାଦିକୁଲା ଓ ଟିକିରିପଡା ଡ଼ଙ୍ଗା ବସା, ଶ୍ରାବା ଓ ମାଟିଘାଟି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆସି ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କ ଅଂଚଳରୁ ଲୋକଙ୍କୁ କାହିଁକି ପୁଲିସ ଉଠାଇ ଆଣିଛି। ଏହା ପରେ ଏସପି ପ୍ରତୀକ ସିଂ କହିଥିଲେ, ତାଙ୍କୁ ପଚରା ଉଚରା ପାଇଁ ଅଣାଯାଇଛି। ଯଦି ସେମାନଙ୍କ ସମ୍ପୃକ୍ତି ନଥିବେ ତାଙ୍କୁ ସୁରକ୍ଷିତ ଭାବେ ଘରେ ଛାଡିଦିଆଯିବ। ଏହା ପରେ ଆସିଥିବା ଗ୍ରାମବାସୀ ଗ୍ରାମକୁ ଯାଇଥିଲେ।

ସମ୍ବନ୍ଧିତ ଖବର