ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡ଼ରେ ଠିଆ ହେଇଥିବା ଅଟୋକୁ ପୁଲିସ ଗାଡି ପଛରୁ ଧକ୍କା ଦେଇ ଚମ୍ପଟ ମାରିଛି। ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଫିରିଙ୍ଗିଆରୁ ସାରଙ୍ଗଡକୁ ଯାଉଥିବା (ଓଡି ୧୨ସି ୪୧୬୪)ଅଟୋଟି ଫୁଲବାଣୀ ବାଲିଗୁଡ଼ା ମୁଖ୍ୟ ରାସ୍ତା ଏସ ଏଚ ୧ ମାସିରିପଡା ଛକଠାରେ ଠିଆ ହୋଇଥିଲା । ଏହି ସମୟରେ ପୁଲିସ ଗାଡି ଦୃତ ଗତିରେ ଆସି ଅଟୋକୁ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା।
ଫଳରେ ଅଟୋଟି ରାସ୍ତାରୁ ପ୍ରାୟ ୩୦ ଫୁଟ ଖାଲର ଏକ ବିଲକୁ ଛିଟିକି ପଡିଛି। ଅଟୋ ଚାଳକ ସାରଙ୍ଗଡ ଅଞ୍ଚଳ ର କରୁଣା ନାଏକ ବୋଲି ଜଣାପଡ଼ିଛି ।ତାଙ୍କ ହାତ ଓ ଗୋଡ଼କୁ ମାଡ ହୋଇଛି । ଖବର ପାଇ ଫିରିଙ୍ଗିଆ ଅଗ୍ନି ସମ କର୍ମଚାରୀ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲ ଭର୍ତ୍ତି କରାଯାଇଛି।ସୈଭାଗ୍ୟବଶତଃ ଅଟୋରେ ବସିଥିବା ଦୁଇ ମହିଳା ଯାତ୍ରୀ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଉତ୍ୟେକ୍ତ ଲୋକମାନେ ରାଜରାସ୍ତା ଅବରୋଧ କରିଛନ୍ତି। ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/10/untitled-2025-10-10-20-37-00.jpg)