କନ୍ଧମାଳ: ଛାଡୁନି ବନ ବିଭାଗ ଗାଲୁ, ଆହତ ହାତୀ ଅବସ୍ଥା ସଙ୍କଟାପନ୍ନ

ତୁମୁଡିବନ୍ଧ(ସନ୍ତୋଷ ଦାସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜର ଲଙ୍କାଗଡ଼ ନିକଟସ୍ଥ ଜଙ୍ଗଲରେ ଆଜକୁ ୫ ଦିନ ହେବ ଏକ ମାଈ ହାତୀ ଅସୁସ୍ଥ ହୋଇ ଛଟପଟ ହେଉଛି କିନ୍ତୁ ବନ ବିଭାଗ ଗାଲୁ ଛାଡ଼ୁନି। ବାରିଙ୍ଗିଲିର କେନ୍ଦୁପଡା ଜଙ୍ଗଲରେ ଆହତ ହାତୀକୁ ନେଇ ଅଧିକାରୀମାନେ ସାମନ୍ୟ ଚିନ୍ତାରେ ନଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ବନ ବିଭାଗର ଏଭଳି ଚରମ ଅବହେଳା ଯୋଗୁଁ ହାତୀ ପ୍ରେମୀଙ୍କୁ ନିରାଶ କରିଛି।

ଆଜିକୁ ୫ ଦିନ ହେବ ହାତୀ ପଡି ଛଟପଟ ହେଉଥିବା ବେଳେ କେବଳ ତଳିଆ କର୍ମଚାରୀମାନେ ହାତୀ ସୁରକ୍ଷାରେ ଲାଗିଛନ୍ତି। ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱନାଥନ ନିଳନବର ଏନେଇ କୌଣସି ସୂଚନା ଦେଉନାହାନ୍ତି। ହାତୀର ସ୍ୱାସ୍ଥ୍ୟାବସ୍ଥା ନେଇ କିଛି ଠିକ ସୂଚନା ମିଳୁନାହିଁ କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ଗ୍ରାମବାସୀ କହିଛନ୍ତି, ହାତୀଟିର ଅବସ୍ଥା ଏବେବି ସଙ୍କଟାପନ। ହାତୀଟି ପାଣି ପିଇବାକୁ ଉଦ୍ୟମ କରୁଛି। ଶୁଣ୍ଢକୁ ତଳେ ବାରମ୍ବାର ବାଡ଼ାଉଛି। ଗୋଡ଼ ତଳ-ଉପର କରୁଛି ହେଲେ ଶରୀର ହଲେଇ ପାରୁନାହିଁ।

ଗୁରୁତର ଅବସ୍ଥାରେ ଛଟପଟ ହେଉଛି। ସେପଟେ ସ୍ଥାନୀୟ ଲୋକେ ହାତୀର ସ୍ୱାସ୍ଥ୍ୟାବସ୍ଥା ନେଇ ଆଶା ଆଶଙ୍କାରେ ଅଛନ୍ତି। କାରଣ ହାତୀଟି ଗୋଟିଏ ଅବସ୍ଥାରେ ପଡିରହିଛି। ଉନ୍ନତ ମାନର ଚିକିତ୍ସା ଅଭାବରୁ ହାତୀଟି ଦିନକୁ ଦିନ ଜଟିଳ ଅବସ୍ଥା ଦେଇ ଗତିକରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର