ବଡ଼ଦିନ ପାଇଁ କନ୍ଧମାଳରେ ସାଧାରଣ ଜନତା-ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାର ପୁରପଲ୍ଲୀ ବଡ଼ ଦିନ ପାଇଁ ଏବେ ଚଳ ଚଞ୍ଚଳ ହୋଇ ଉଠିଛି। ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚ ଓ ପ୍ରାଥନା ଗୃହ ଏବେ ସୁସଜ୍ଜିତ କରାଯାଇଛି। ଘର ଠାରୁ ବାହାରେ ରହୁଥିବା ସମସ୍ତ ପରିବାର ଲୋକ ଏକାଠି ହୋଇଥାନ୍ତି। ଏଥି ପାଇଁ ଘର ଲିପା ଧୁଆ କରି ସୁସଜ୍ଜିତ କରିଥାନ୍ତି। ବଡ଼ଦିନକୁ ଖ୍ରୀଷ୍ଟବାଳମ୍ବୀ ଅପେକ୍ଷା କରିଥାନ୍ତି। ଘରେ ଘରେ ପରିବାରର ସମସ୍ତେ ନୂଆ ଲୁଗା, ଡ୍ରେସ ପିନ୍ଧି ବା ସହ ପିଠା ପଣା କରିଥାନ୍ତି ଓ କେକ କରି ସାହି ପଡିଶାକୁ ବାଣ୍ଟିଥାନ୍ତି।

ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ରବିବାର ଠାରୁ ଚର୍ଚ୍ଚରେ ବାଇବେଲ ପାଠ କରିବା ସହ ଅଭ୍ୟାସ ଚଳାଇଛନ୍ତି। ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ବଡ଼ ଦିନକୁ ଧୂମ ଧାମରେ ପାଳିବାକୁ ବାହାରେ ରହୁଥିବା ଆତ୍ମିୟ ସଜ୍ଜନ ମଧ୍ୟ ନିଜର ଘରକୁ ଫେରିଛନ୍ତି। ନିଜ ନିଜ ମଧ୍ୟରେ ଭାଇଚାରା ରଖି କିପରି ବଡ଼ ଦିନ ପାଳିବେ ସେ ନେଇ ଉତ୍ସାହ ମଧ୍ୟ ବଢିଛି।

ସେପଟେ ବଡ଼ ଦିନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳରେ ଶାନ୍ତି ବଜାୟ ରଖିବାକୁ ଶାନ୍ତି କମିଟି ମାଧମରେ ଆଲୋଚନା କରାଯାଇଛି। ଶାନ୍ତି ବଜାୟ ରଖିବା ସହ କିପରି ବଡ ଦିନ ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ପ୍ରଶାସନ ସଜାଗ ଥିବା କହିଛନ୍ତି ବାଲିଗୁଡା ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ। ଜିଲ୍ଲାର ବିଭିନ୍ନ ସ୍ଥାନ ରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ଗାଡିମୋଟର ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର