ବାଲିଗୁଡ଼ା: କନ୍ଧମାଳଜିଲ୍ଲା ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ ଅନାସ୍ଥା ଭୋଟ୍‌ରେ ପରାଜିତ ହୋଇ ପଦବି ହରାଇଛନ୍ତି। ଏନେଇ କନ୍ଧମାଳ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରି ତାଙ୍କୁ ପଦଚ୍ୟୁତ କରିଛନ୍ତି। ଏହା ସହିତ ଉପାଧ୍ୟକ୍ଷା ରୀନା ପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରୀତମ ରାଇକିଆ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଠି କରିବା ସହ ଅନ୍ୟ କିଛି ରାଜନୀତିକ ଉଦ୍ଦେଶ୍ୟ ନେଇ ତାଙ୍କ ବିରୋଧରେ ଅସନ୍ତୋଷ ଦେଖା ଦେବା ପରେ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗତ ମାସ ୨୬ ତାରିଖରେ ଚକାପାଦ ବିଡିଓ ହୃଦରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ବସିଥିଲା।

ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗତ ମାସ ୨୬ ତାରିଖରେ ଚକାପାଦ ବିଡିଓ ହୃଦରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ବସିଥିଲା। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ରହି ଥିବା ବେଳେ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ଅନୁପସ୍ଥିତ ରହିଥିଲେ। ଯାହା ବିଜେଡି ଅନ୍ତ କନ୍ଦଳକୁ ପଦାରେ ପକାଇ ଦେଇଥିଲା।  

କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ରହି ଥିବା ବେଳେ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ଅନୁପସ୍ଥିତ ରହିଥିଲେ। ଯାହା ବିଜେଡି ଅନ୍ତ କନ୍ଦଳକୁ ପଦା ରେ ପକାଇ ଦେଇଥିଲା। ବିଜେପି ନେତାମାନେ ଅଧିକ ଉପସ୍ଥିତ ରହି ଥିବାରୁ ରାଜନୀତିକ ପରିବେଶକୁ ଅଧିକ ଦୃଢ଼ିଭୂତ କରିଥିଲା। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା। ସମୂଦାୟ ୨୩ ଜଣ ସଦସ୍ୟଙ୍କ ଭୋଟ୍ ଦେଇଥିଲେ। ୨ଟି ଭୋଟ୍ ନାକଚ ହୋଇଥିବା ବେଳେ ୨୧ଜଣ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ। ଶନିବାର କନ୍ଧମାଳ ଜିଲ୍ଲାପାଳ ଏ ନେଇ ବିଜ୍ଞପ୍ତି ଜାରି କରି ତାଙ୍କୁ ପଦଚ୍ୟୁତ କରିବା ସହ ଉପାଧ୍ୟକ୍ଷା ରୀନା ପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Kandhamal

ରିପୋର୍ଟ: ସନ୍ତୋଷ ଦାସ