କନ୍ଧମାଳ: କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା, ହେମାଳ ପବନରେ ଜନଜୀବନ ଅସ୍ତ ବ୍ୟସ୍ତ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେଲା ପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛ, ଯାହା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। ରାଜ୍ୟର କିଛି ଅଞ୍ଚଳରେ କୁହୁଡି ଦେଖାଯାଉଥିବା ବେଳେ କନ୍ଧମାଳ ଜିଲାରେ କିନ୍ତୁ ଆକାଶ ସଫାରହିବା ସହ ରାତିରେ ଥଣ୍ଡା ଓ ସକାଳ ହେଲେ କୁହୁଡି ନହୋଇ ସୂର୍ଯ୍ୟ ଆଲୋକ ଚାରିଆଡେ ପଡୁଥିଲା।

ଲୋକମାନେ ଏହାର ଏକ ନିଆରା ମଜା ନେଉଥିଲେ। ଅଞ୍ଚଳ ବାସୀ ଓ ବୁଲି ଆସୁଥିବା ଦେଶୀ ଓ ବିଦେଶୀ ପର୍ଯ୍ୟଟକ ମାନଙ୍କୁ କନ୍ଧମାଳ ପାଗ ଭଲ ଲାଗୁଥିଲା କିନ୍ତୁ ଦୁଇ ଦିନ ହେଲା କୋହଲା ପାଗ ରହିବା ସହ ହେମାଳ ଥଣ୍ଡା ପବନ ଜନଜୀବନକୁ ପ୍ରଭାବିତ କରିଥିବା ବେଳେ ଆଜି ଦିନ ତମାମ ଝିପି ଝିପି ବର୍ଷା ଲାଗିରହିଛି।

ଜିଲ୍ଲାର ଦାରିଙ୍ଗବାଡି ଠାରୁ ଆରମ୍ଭ କରି ତୁମୁଡିବନ୍ଧ, ବେଲଘର, କୋଟଗଡ, ବାଲିଗୁଡା, କ.ନୁଆଗାଁ ଓ ରାଇକିଆ ସବୁଆଡେ ଏହି ପରିବେଶ ପର୍ଯ୍ୟଟକଙ୍କୁ ନିରାଶ କରିଛି। ଦିନ ସାରା କୋହଲା ପାଗ ଯୋଗୁଁ କୌଣସି କାମ ନଥିଲେ ଲୋକେ ଘରୁ ପଦାକୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଫଳରେ ବଜାର ଖାଁ ଖାଁ ଲାଗୁଛି। ଦୋକାନ ବଜାର ରେ ବ୍ୟବସାୟ ମାନ୍ଦା ଦେଖା ଦେଇଛି।

ସମ୍ବନ୍ଧିତ ଖବର