ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତରେ କଳିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟ ଖେଳପଡ଼ିଆ ମଝିରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ  ଦୀର୍ଘ ଦଶ ବର୍ଷ ହେଲା ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୃହ ନିର୍ମାଣ ସରୁନି।ଲକ୍ଷଧିକ ଟଙ୍କା ବ୍ୟୟ ହୋଇ ପିଲର ଉଠେଇ ଛାତ ପଡିଯାଇଛି। ହେଲେ ଉକ୍ତ କାର୍ଯ୍ୟଟି ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବା ସ୍ଥାନୀୟ କଳିଙ୍ଗାବାସୀ ଅଭିଯୋଗ କରିବା ପରେ କାର୍ଯ୍ୟଟି ସପୂର୍ଣ ବନ୍ଦ ହୋଇ ରହିଛି। ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଏବଂ ଦୀପାର୍ଟମେଣ୍ଟାଲ କାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ସୂଚନା ମାଗିଲେ କୌଣସି ସୂଚନା ମିଳୁନି ଏହି ନିର୍ମାଣ କାର୍ଯ୍ୟର।ସରକାର କା ମାଲ ଦରିଆ ମେ ଡାଲ ନ୍ୟାୟରେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ କଳିଙ୍ଗା ପଞ୍ଚାୟତବାସୀଙ୍କ କାର୍ଯ୍ୟରେ ଲାଗୁନି। ଖତ ଖାଉଛି ଏହି ଅର୍ଦ୍ଧନିର୍ମିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୃହ।ଟେଣ୍ଡର କରାଯାଇ ଠିକାଦାର ଙ୍କୁ କାର୍ଯ୍ୟ ଦେଇଥିଲେ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥାନ୍ତା।

Advertisment

ବର୍ତମାନ ଏହି କାର୍ଯ୍ୟଟି ବିଭାଗୀୟ ଯନ୍ତ୍ରୀ ନିଜେ ନେଇ ତତ୍କାଳୀନ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିବା କଳିଙ୍ଗାବାସୀ ପ୍ରକାଶ କରିଛନ୍ତି। ଏହି କମିଟି ବିଦ୍ୟାଳୟର ହୋଇଥିବା ବେଳେ ଖେଳପଡ଼ିଆ ମଧ୍ୟରେ କିଭଳି ଏହିଭଳି କାର୍ଯ୍ୟ କରାଗଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିର୍ବାଚିତ ପ୍ରତିନିଧିମାନେ ଯଦି ନିଜ ପଞ୍ଚାୟତରେ ଠିକାଦାର ପାଲଟିବେ ତାହାହେଲେ ଏହିଭଳି ସରକାରୀ ଅନୁଦାନର ଦୁରୂପଯୋଗ ହେବା ନିଶ୍ଚିତ। ଏହି ଗୃହ ନିର୍ମାଣ ସମୟରେ ଥିବା ତତ୍କାଳୀନ ବିଭାଗୀୟ ଅଧିକାରୀ, ଯନ୍ତ୍ରୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ସରକାରୀ ଅନୁଦାନ ଏହିଭଳି ଦୁରୂପଯୋଗ କରିଥିବା  ସେଇ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ଅଧିକାରୀ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ପ୍ରଶ୍ନ ଉଠୁଛି।

publive-image

ସରକାରୀ ଅନୁଦାନର ଦୁରୂପଯୋଗ କିଭଳି କରାଯାଉଛି ତାର ଜ୍ୱଳନ୍ତ ଉଦାହରଣ ହେଉଛି କଳିଙ୍ଗାରେ ଅର୍ଦ୍ଧନିର୍ମିତ ରାଜୀବଗାନ୍ଧୀ ସେବା କେନ୍ଦ୍ର। ପ୍ରକୃତରେ ଉକ୍ତ ଗୃହଟି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଛି। ଏହି ବିଷୟରେ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ନିମ୍ନମାନର କାର୍ଯ୍ୟ କରିଥିବା ବିଭାଗୀୟ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲା ନା ଉକ୍ତ ଗୃହଟି ସମ୍ପୂର୍ଣ୍ଣ କରାଗଲା। ଯେମିତି କି ସେମିତି ଅବସ୍ଥାରେ ପଡିଛି ଉକ୍ତ। ଅର୍ଦ୍ଧନିର୍ମିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୃହ।