କଳାହାଣ୍ଡି : ରାଷ୍ଟୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଶୋଭାଯାତ୍ରା

ଭବାନୀପାଟଣା:  ରାଷ୍ଟୀୟ ଆଦିବାସୀ ଏକତା ପରିଷଦ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଭବାନୀପାଟଣାସ୍ଥିତ ଆଦିବାସୀ ଭବନଠାରୁ ନକଟିଗୁଡା ସ୍ଥିତ ଡ.ବାବାସାହେବଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିଶାଳ ର‌୍ୟାଲି ସହର ପରିକ୍ରମା କରିଥିଲେ। ଜିଲ୍ଲା ସଭାପତି ସନ୍ତୋଷ ନାଏକଙ୍କ ନେତୃତ୍ୱରେ ଦେଶର ଆଦିବାସୀଙ୍କ ମୌଳିକ ତଥା ସାମ୍ବିଧାନିକ ଅଧିକାର ଏବଂ ଆଦିବାସୀଙ୍କ କଳା, ସଂସ୍କୃତି ଏବଂ ପରମ୍ପରାକୁ କିଭଳି ଭାବରେ ବଞ୍ଚିତ କରାଯାଉଛି।  ବିକ୍ଷୋବ ର‌୍ୟାଲିରେ ୧୨ ଦଫା ଦାବି ନେଇ ଯଥା ସମ୍ବିଧାନରେ ଥିବା ଅନୁଚ୍ଛେଦ ୫ ଓ ୬ ଲାଗୁ କରିବା, ଆଦିବାସୀଙ୍କ ବିସ୍ଥାପନ ବନ୍ଦ କରିବା, ୨୦୨୧ ଜନଗଣନାରେ ଆଦିବାସୀଙ୍କ ସ୍ୱତନ୍ତ୍ର ଧର୍ମ କୋଡ ଲାଗୁ କରିବା, ଟାଇଗର ପ୍ରୋଜେକ୍ଟ ଏବଂ ନେସନାଲ କୋରିଡମ୍ ନାମରେ ଆଦିବାସୀଙ୍କ ବିସ୍ଥାପନ ବନ୍ଦ କରିବା।

ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଭିନ୍ନ ଦାବି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଆଦିବାସୀଙ୍କ ଦାବିଗୁଡିକର ତୁରନ୍ତ ସମାଧାନ ପାଇଁ ସମର୍ଥନ ଜଣାଇଥିଲେ ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା, ବହୁଜନ ମୁକ୍ତି ପାର୍ଟି, ରାଷ୍ଟ୍ରୀୟ କିସାନ ମୋର୍ଚ୍ଚା, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ରାଷ୍ଟ୍ରୀୟ ମୁସଲିମ୍ ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ ଏବଂ ଆର୍‌.ଏମ୍‌.ବି.କେ.ଏସ୍‌. କଳାହାଣ୍ଡି। ଆଦିବାସୀଙ୍କ ବିଭିନ୍ନ ସଂଗଠନ ମଧ୍ୟରୁ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ଆଦିବାସୀ ସଂଘ ସମେତ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଘ ମଧ୍ୟ ଉପସ୍ଥିତ ଥିଲେ।

ଭୁବନ ମାଝୀ, ଦିନେଶ କୁମାର ମାଝୀ, ଦେବାର୍ଚନ ମାଝୀ, ପ୍ରଶାନ୍ତ ମାଝୀ, କାର୍ତ୍ତିକ ମାଝୀ, କୁଶ ଶବର, ହରେକୃଷ୍ଣ ମାଝୀ, ହୃଦାନନ୍ଦ ମାଝୀ, ଉପେନ୍ଦ୍ର ଶବର, ପୁଷ୍ପ ମାଝୀ, ମୋହନ ଜାନୀ, ରଞ୍ଜିତ ମାଝୀ, ଦିଲିପ କୁମାର ମାଝୀ, ଲୋଚନ ଧରୁଆ, ପଡୋଶୀ ରାଜ୍ୟ ଛତିଶଗଡରୁ ଉଦ୍ଧମ୍ ସିଂହ ମରକାମ୍ ଏବଂ ଆଦିବାସୀ ମହିଳା ସଭାନେତ୍ରୀ ଇନ୍ଦୁମତି ମାଝୀ, ସୂର୍ଯ୍ୟ ଧରୁଆ,ବିଲାସ ଝାଙ୍କର ବକ୍ତାଗଣ ଉଦ୍‌ବୋଧନ ଦେଇଥିଲେ। ସଂଞ୍ଜୟ ଶବର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପରିଶେଷରେ ରାଜକିଶୋର ଦଳପତି ବ୍ଲକ ସଭାପତି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦରୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର