ଦୁଷ୍କର୍ମ ଅଭିଯୁକ୍ତକୁ ଆଜୀବନ ଜେଲ

ଫୁଲବାଣୀ : ବାଲିଗୁଡ଼ା ଥାନା ଅଞ୍ଚଳରେ ଦେଢ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ ଜନାବ ମହମ୍ମଦ ଅଜମଲ ଗାନ୍ଧୀ ବିନ୍ଧାଣୀକୁ ଆଜୀବନ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେବା ସହ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି।

୨୦୧୬ ମସିହା ମେ ମାସ ୧୭ ତାରିଖରେ ଏହି ଘଟଣା ଘଟିଥିଲା। ଯୁବତୀ ଜଣକ ବ୍ରହ୍ମପୁର ଯିବା ପାଇଁ ବାଲିଗୁଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ଗାନ୍ଧୀ ବିନ୍ଧାଣୀ ସେଠାକୁ ଆସି ପ୍ରଲୋଭିତ କରି ତାଙ୍କୁ ନିଜ ସାଇକେଲରେ ବସାଇ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ସେ ଯୁବତୀଙ୍କ ସହ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା। ଯୁବତୀଜଣକ ଘରକୁ ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଗାନ୍ଧୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର