ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା କଳିଙ୍ଗା ଘାଟିରେ ଭୁସ୍ଖଳନକୁ ୧୮ଦିନ ବିତିଛି। ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିପାରିଲେନି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଦୁଇ ଜିଲ୍ଲା ଗଞ୍ଜାମ ଏବଂ କନ୍ଧମାଳର ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୦କିମି ବିଶିଷ୍ଟ କନ୍ଧମାଳ-ଗଞ୍ଜାମ ସୀମାରେ ଅବସ୍ଥିତ କଳିଙ୍ଗା ଘାଟିର ରକ୍ଷଣାବେକ୍ଷଣ ମରାମତି ଦାୟିତ୍ବ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ହାତରେ ରହିଥିବା ବେଳେ ଦୀର୍ଘ ୧୮ଦିନ ହେଲା ରାସ୍ତା ନଷ୍ଟ ହୋଇ ସମ୍ପୂର୍ଣ୍ଣ ବନ୍ଦ ଯାତାୟତ ବନ୍ଦ ରହିଥିବା ବେଳେ ରାସ୍ତା ନିର୍ମାଣରେ ସେମିତି ଆଖି ଦୃଷ୍ଟିଆ କାର୍ଯ୍ୟ ଅଗ୍ରଗତି ହେଉନଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲାଣି।

Advertisment

ଭୁସ୍ଖଳନ ଫଳରେ ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା ତାର ମରାମତି କରି ଅସ୍ଥାୟୀ ରାସ୍ତା ନିର୍ମାଣ କରି ଗାଡି ମୋଟର ଚଳାଚଳ ପାଇଁ ବ୍ୟବସ୍ଥା କରିବାକୁ କାର୍ଯ୍ୟ ଚାଲିଥିବା ବେଳେ ପୁଣି ୨୨ତାରିଖ ଦିନ ଦ୍ୱିତୀୟ ଥର ଭୁସ୍ଖଳନ ଘଟି ପୁଣି ପାହାଡ଼ ଉପରୁ ମାଟି ପଥର ଖସିବା ସହ ବଡ଼ବଡ଼ ପଥର ଅଧାରେ ଅଟକି ରହିଛି। ରାସ୍ତାରେ କଂକ୍ରିଟ ପକାଯାଇ ହ୍ୟୁମ ପାଇପ ରଖାଯାଇ ହାତଯୋଡ଼ି ବସିଛନ୍ତି ଅଧିକାରୀ।

ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ କିଛି ଅମାନିଆ ବାଇକ ଚାଳକ ଅବାଧ୍ୟ ହୋଇ ସେଇ ରାସ୍ତାରେ ଯାତାୟତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ଏକ ଆମ୍ବୁଲାନ୍ସ ବିଶାଖାପାଟଣାରୁ କନ୍ଧମାଳ ଅଭିମୁଖେ ଆସି କଳିଙ୍ଗା ଘାଟିରେ ପହଂଚି କଳିଙ୍ଗା ଘାଟି ରାସ୍ତା ଦେଇ କନ୍ଧମାଳ ଜିଲ୍ଲାକୁ ପ୍ରବେଶ କରିଥିଲା। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଆଗରୁ କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ନିମନ୍ତେ କଟକଣା ଲାଗିବା ସହ ସୀମାନ୍ତରେ ପୁଲିସ ମୁତୟତ ରହିଥିଲେ ତଥାପି କିଭଳି ଅମାନିଆ ବାଇକ ଚାଳକ ମାନେ ଏହି ରାସ୍ତାରେ ଯାତାୟତ କରୁଛନ୍ତି ଏବଂ ଗୋଟିଏ ଆମ୍ବୁଲାନ୍ସ କିଭଳି ଏହି ରାସ୍ତାଦେଇ ଆସିଲା।ରାସ୍ତା ନିର୍ମାଣ ରେ ଯେତେ ବିଳମ୍ବ ହେଉଛି କଟକଣା ସେତିକି ଢିଲା ହେବାରେ ଲାଗିଛି। ସାଧାରଣ ଲୋକଙ୍କ ସମସ୍ୟା ବଢୁଥିବା ବେଳେ ରାସ୍ତା କାର୍ଯ୍ୟ ଧୀମେଇବାରେ ଲାଗିଛି।

 Kandhamal | Kalinga ghati