ଘୁ.ଉଦୟଗିରି: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଶତାବ୍ଦୀ ସମାରୋହର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସ୍ୱୟଂ ସେବକ ଶୋଭାଯାତ୍ରାରେ ବାହାରି ପଥ ସଂଚାଳନ କାର୍ଯ୍ୟକ୍ରମ ମାଧ୍ୟମରେ ସହର ପରିକ୍ରମା କରିବା ସହିତ ଶିଶୁ ମନ୍ଦିର ପରିସରରେ ସଙ୍ଘ ଶାଖା ଦଣ୍ଡ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଜିଲ୍ଲା କାର୍ଯ୍ୟବାହ ଅରବିନ୍ଦ ପ୍ରଧାନ, ଖଣ୍ଡ କାର୍ଯ୍ୟବାହ ସୁଧୀର ପ୍ରଧାନ, ମଣ୍ଡଳ କାର୍ଯ୍ୟବାହ ମନୋଜ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଗବାନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗାଦେଇ ପଞ୍ଚ ପରିବର୍ତନ ଯେପରି କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ, ସାମାଜିକସମରସତା, ନାଗରିକ କର୍ତ୍ତବ୍ୟ, ସ୍ୱଜାଗରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହିତ ସଙ୍ଘ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସେବା କ୍ଷେତ୍ରରେ କରାଯାଇଥିବା ଶହେ ବର୍ଷ ର ଗୌରବ ମୟ ଯାତ୍ରାର ସ୍ମୁତି ଚରଣ କରାଯାଇଥିଲା।
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/05/1002691913-2025-10-05-15-42-55.jpg)