ଘୁ ଉଦୟଗିରି: ସ୍ଥାନୀୟ ଏକ କଲେଜରେ ପଢ଼ୁଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଦୋକାନ ଭିତରକୁ ଦିନ ଦ୍ୱିପ୍ରହରରେ ଭିଡି ଭିଡ଼ି ନେଇ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗରେ ଦୋକାନ ମାଲିକକୁ ଥାନାରେ ଅଟକ ରଖାଯିବା ଭଳି ଖବର ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାପ୍ତ ସୂଚନାନୁସାରେ ପାବୁରିଆ ଅଞ୍ଚଳର ଜଣେ ବାଳିକା ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ କଳାରେ ପ୍ରଥମ ବର୍ଷ ପଢୁଥିବା ଛାତ୍ରୀ ପ୍ରତିଦିନ ଭଳି ଆଜି ମଧ୍ୟ କଲେଜରୁ ପାଠ ପଢା ସାରି ଅପରାହ୍ନ ୨ଟାରେ ଘରକୁ ଫେରିବା ପାଇଁ ଏକ ଦୋକାନ ସମ୍ମୁଖରେ ବସକୁ ଅପେକ୍ଷା କରିଥିବା ବେଳେ ସେଠାରେ ଥିବା ଗୋଟିଏ କମ୍ପ୍ଲେକ୍ସର ଷ୍ଟେସନାରୀ ଦୋକାନକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ ।
ତେବେ ସେଠାରେ ଥିବା ଦୋକାନ ମାଲିକ ଉକ୍ତ ଝିଅକୁ ହାତ ଧରି ଜୋର ଜବରଦସ୍ତ୍ ଉପର କୋଠରୀରେ ଥିବା ନିଜ ବେଡ୍ ରୁମକୁ ନେଇ କଣ ଖାଇବୁ ବୋଲି କହି କିଛି ଭାଜି ଖାଇବାକୁ ଦେଇଥିଲେ, କିନ୍ତୁ ତାହା ନ ଖାଇ ଭୟଭୀତ ଅବସ୍ଥାରେ ସେଠାରୁ ମୁକୁଳିବା ପାଇଁ ଚିତ୍କାର କରୁଥିଲେ ମଧ୍ୟ ବ୍ୟାଗ ଛଡେଇ ନେଇ ଖଟରେ ରଖି ବଳପୂର୍ବକ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ କବାଟ ବନ୍ଦ କରିଥିଲା । ସେହି ସମୟରେ ଦୁଇ ଜଣ ଝିଅ ଜିନିଷ କିଣିବା ପାଇଁ ଆସି ଆଣ୍ଟି ଆଣ୍ଟି ବୋଲି ଡାକିବାରୁ ଦୋକାନ ମାଲିକ ବାହାର ପଟ କବାଟ ବନ୍ଦ କରି ତଳକୁ ଆସିଥିଲେ । ଜିନିଷ ଦେଇ ସାରିଲା ପରେ ପୁଣି ଉପରକୁ ଯାଇ ଝିଅଟିର ମୁଁହ ଚାପି ଦେଇ ଶରୀରର ବିଭିନ୍ନ ଅଙ୍ଗ ଧରି ଦୁଷ୍କର୍ମ ଉଦ୍ୟମ କରିଥିବାବେଳେ ଉପାୟ ଶୂନ୍ୟ ହୋଇ ବାଳିକା ଜଣକ ଚିତ୍କାର କରିବାରୁ ତଳେ ରାସ୍ତାରେ କିଛି ଯୁବକ ଚିତ୍କାର ଶୁଣି ଦୋକାନ ଭିତରକୁ ପଶି ବାଳିକାକୁ ଉଦ୍ଧାର କରି ଦୋକାନ ମାଲିକକୁ ବେଶ ଉତ୍ତମମଧ୍ୟମ ଦେଇଥିଲେ ।
ତେବେ ସଙ୍ଗେ ସଙ୍ଗେ ଜନଗହଳି ହୋଇଥିଲା ଓ ଖବର ସଙ୍ଗେ ସଙ୍ଗେ ପ୍ରଘଟ ହେବା ପରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦୋକାନୀ ମାଲିକଙ୍କୁ ଥାନାକୁ ନେଇଥିଲେ। ସ୍ଥାନୀୟ ଥାନାର ମହିଳା ଏସଆଇ ରଞ୍ଜିତା ବେହେରା ବାଳିକାର ବୟାନ ରେକର୍ଡ କରି ଅଧିକ ତଦନ୍ତ କରୁଥିବାବେଳେ ବାଳିକାଙ୍କ ମାତା ଓ ସମ୍ପର୍କୀୟ ଘଟଣା ସ୍ଥଳକୁ ପହଞ୍ଚି ଥାନାରେ ଅଭିଯୋଗ କରିଥିବା ସୂଚନା ରହିଛି। ସ୍ଥାନୀୟ ଥାନା ଆଇଆଇସି ଭଗବାନ ପୂଜାରୀ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଥିବା ସୂଚନା ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/12/09/Yt0vLBtzCxpbozSihI4K.jpg)